Only for Entertainment

ପରଦାକୁ ପୁଣି ଥରେ ଆସୁଛି ‘ହାଉସଫୁଲ’ ! ଦିପାବଳୀରେ ହେବ ରିଲିଜ ।

dmpnews
0 46

ସାଜିଦ ଖାନଙ୍କ ଫିଲ୍ମ ହାଉସଫୁଲ୪ରେ ଅକ୍ଷୟ କୁମାର, ରିତେଶ ଦେଶମୁଖଙ୍କ ସହ ଏହି ଫିଲ୍ମରେ ବବି ଦେଓଲଙ୍କୁ ମଧ୍ୟ ମିଳିବ । ଆଜ୍ଞା ହଁ ରେସ୩ ପରେ ବବିଙ୍କୁ ସାଜିଦ ନାଡିଆଡୱାଲା ନିଜ ଫିଲ୍ମ ହାଉସଫୁଲ ଫ୍ରାଂଚାଇଜ ୪ରେ ସାମିଲ କରିବାକୁ ଫାଇନାଲ କରିଛନ୍ତି ।

ଏଥିପାଇଁ ବବି ଖୁସି ଥିବା ଜଣାଇଛନ୍ତି ଏବଂ କହିଛନ୍ତି ଏହା ଏକ ବଡ ଫ୍ରାଂଚାଇଜ ତେଣୁ ଏହି ଫିଲ୍ମକୁ ପାଇଁ ବହୁତ ଖୁସି ଅନୁଭବ କରୁଛନ୍ତି । ଅକ୍ଷୟ କୁମାରଙ୍କ ସହ ଭଲ ବନ୍ଧୁତା ରହି ଆସିଛି ତେଣୁ ଏହି ଫିଲ୍ମରେ ତାଙ୍କ ସହ ଅଭିନୟ କରି ସେ ନିଜୀ ଖୁସି ଜାହିର କରିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ଏହି ଫିଲ୍ମ ୨୦୧୯ ଦିପାବଳୀରେ ରିଲିଜ ହେବ ।

ପୂନର୍ଜନ୍ମ ଉପରେ ଆଧାରିତ ଫିଲ୍ମ ସମ୍ବନ୍ଧରେ ସାଜିଦ ନାଡିଆଡୱାଲାଙ୍କ କହିବା ମୁତାବକ ପୂନର୍ଜନ୍ମକୁ ନେଇ ବଲିଉଡ ଜଗତରେ ଅନେକ ଗମ୍ଭୀର ଫିଲ୍ମ ପ୍ରସ୍ତୁତ କରାଯାଇଛି । କିନ୍ତୁ ସେ ।କିଛି ଭିନ୍ନ ଭାବି ପୂନର୍ଜନ୍ମ ଉପରେ ଏକ କମେଡି ଫିଲ୍ମ ପ୍ରସ୍ତୁତ କରିଛନ୍ତି । ହାଉସଫୁଲ-୪ରେ ସେହିଭଳି କାହାଣୀ ଉପରେ ଆଧାରିତ ।

ହାଉସଫୁଲ ଦୁଇଟି ସମୟର କାହାଣୀ ଅଟେ । ଗୋଟିଏ ହେଉଛି ବର୍ତ୍ତମାନ ଏବଂ ଅନ୍ୟଟି ହେଉଛି ଅତୀତ । ଯାହାକି ବାହୁବଲୀ ଯୁଗ ଭଳି ଦେଖାଯିବ । ସାଜିଦଙ୍କ କହିବା ମୁତାବକ ଏହା ତାଙ୍କ ପ୍ରଯୋଜିତ ସବୁଠାରୁ ମହଙ୍ଗା ଫିଲ୍ମ । ସମସ୍ତଙ୍କ ପୋଷାକ ବାହୁବଲୀ ଷ୍ଟାଇଲର ରହିବ ।

ଆଉ କିଛି ଦିନ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯିବ ବୋଲି ସାଜିଦ କହିଛନ୍ତି । ବିଶେଷ ସୂତ୍ର ମୁତାବକ ଏହା ହାଉସଫୁଲ ସିରିଜର ସବୁଠାରୁ ମହଙ୍ଗା ଫିଲ୍ମ ହୋଇଥିବା ସହ ଏହା ବଲିଉଡ ଜଗତର ସର୍ବପ୍ରଥମ ମହଙ୍ଗା କମେଡି ଫିଲ୍ମ ମଧ୍ୟ ଅଟେ ।
ଅଭିଷେକ ବଚ୍ଚନ ଏହି ଫିଲ୍ମରେ ସାମିଲ ହୋଇଛନ୍ତି । ମିଳିଥିବା ତଥ୍ୟ ଅନୁସାରେ ହାଉସଫୁଲ ୪ରେ ଅଭିଷେକଙ୍କ ପାଇଁ କୌଣସି ଅଭିନୟ ନଥିଲା । ମାତ୍ର ନିର୍ଦ୍ଧେଶକ ଏବଂ ଅକ୍ଷୟଙ୍କ ଇଚ୍ଛା ଯୋଗୁଁ ଜୁନିୟର ବଚ୍ଚନଙ୍କୁ ଏହି ଫିଲ୍ମକୁ ଅଣାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More