Only for Entertainment

ପୁଣି ଖଳନାୟକ ଭୂମିକାରେ ଆସୁଛନ୍ତି ଏହି ଓଲିଉଡ ଅଭିନେତା ।

facebook
0 44

ଓଲିଉଡର ଲୋକପ୍ରିୟ ଅଭିନେତା ବବି ମିଶ୍ର ଏବେ ବେଶ ସକ୍ରିୟ ହେଲେଣି ୨୦୧୬ରେ ତାଙ୍କ ଅଭିନୀତ ସିନେମା ଦେଲେ ଧରା କଥା ସରେ ରିଲିଜ୍ହୋଇଥିଲା ହେଲେ ଗତବର୍ଷ ତାଙ୍କର କୌଣସି ବି ଗୋଟିଏ ଓଡ଼ିଆ ଛବି ରିଲିଜ୍ହୋଇ ନଥିଲା ଏବର୍ଷ ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଜାନୁଆରି ମାସରେ ରିଲିଜ୍ହୋଇଥିବା ଫିଲ୍ମହାପି ଲକିରେ ବବି ମିଶ୍ରଙ୍କୁ ଦେଖିବାକୁ ମିଳିଛି ଖଳନାୟକ ଭୂମିକାରେ ଏହି ଜବରଦସ୍ତ ଭୂମିକା ଲାଗି ବି ସେ ପ୍ରଶଂସିତ ହେଉଛନ୍ତି

 ‘ହାପି ଲକିରେ ଧମାକା କରିବା ପରେ ବବି ମିଶ୍ର ପୁଣି ଆସୁଛନ୍ତି ଆଉ ଦୁଇଟି ଓଡ଼ିଆ ସିନେମାରେ ଏଥିମଧ୍ୟରୁ ପ୍ରଥମ ସିନେମା ହେଲାଦୀପୁ ଡ୍ୟାନ୍ସ ବୟ ମନୋଜ ରାଉତଙ୍କ ପ୍ରଯୋଜିତ ତଥା ଅରୁଣ ଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପୁଣି ବବି ଖଳନାୟକ ଭୂମିକାରେ ନଜର ଆସିବେ ଏଥିରେ ତାଙ୍କର ଦମ୍ଦାର ରୋଲ୍ଥିବା ଜଣାଯାଇଛି ଏହି ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ନବାଗତ ମନୋଜ, କୋଏଲ୍‌ , ଏଲସା, ମୀନକେତନ ଅଜିତ୍ଦାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି

ଏଠାରେ ସୂଚନାଯୋଗ୍ୟ ଯେ ବବି ମିଶ୍ର ଅତୀତରେ କେତେକ ସିନେମାରେ ନେଗେଟିଭ୍ରୋଲ କରି ଚର୍ଚ୍ଚାକୁ ଆସିଥିଲେ। ଏଥିମଧ୍ୟରୁ ବ୍ରଜରାଜ ମୁଭିଜରମୁଁ ତତେ ଲଭ୍କରୁଛି’, ‘ଡନ୍‌’, ଅଶୋକ ପତିଙ୍କ ନିର୍ଦ୍ଦେଶିତପ୍ରେମରୋଗୀଆଦି ଉଲ୍ଲେଖନୀୟ

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More