Only for Entertainment

ବୋଲ୍ଡ଼ ଅଭିନେତ୍ରୀ ମାହି ଗିଲଙ୍କ ଆଜି ଜନ୍ମଦିନ, ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ …..

33

ବଲିଉଡ ଅଭିନେତ୍ରୀ ମାହି ଗିଲ ଙ୍କର ଆଜି ୪୩ତମ ଜନ୍ମଦିନ । ନିଜର ଦମଦାର ଭୂମିକାରେ ଲୋକଙ୍କ ମନ କିଣିଥିବା ଏହି ଅଭିନେତ୍ରୀଙ୍କର ବଲିଉଡରେ ୧୦ବର୍ଷ ହୋଇଗଲାଣି । ସେ ଦେବ ଡ଼ି ଫିଲ୍ମ ର ପାରୋ ହେଉ କିମ୍ବା ସାହିବ ବିବି ଗ୍ୟାଙ୍ଗଷ୍ଟାର ର ମାଧବୀ ଦେବୀ। ତେବେ ଚାଲନ୍ତୁ ଜାଣିବା ତାଙ୍କ ବିଷୟରେ କିଛି –

ଖୁବ କମ ଲୋକଙ୍କୁ ଜଣାଥିବ ଯେ ମାହି ଗିଲଙ୍କ ଅସଲ ନାଁ ରିଂପି କୌର ଗିଲ । ମାହି ଚଣ୍ଡିଗଡ଼ରେ ରୁହନ୍ତି ଏବଂ ତାଙ୍କ ପରିବାର ପଞ୍ଜାବୀ ଅଟନ୍ତି । ହିନ୍ଦୀ ଫିଲ୍ମ ବ୍ୟତୀତ ମାହି ପଞ୍ଜାବୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ଏପରିକି ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ମାହି ପଞ୍ଜାବୀ ଫିଲ୍ମରେ କାମ କରୁଥିଲେ ।

ମାହି ଗିଲ ୨୦୦୩ରେ ପଞ୍ଜାବୀ ଫିଲ୍ମ ‘ହୱଏରେ କାମ କରିଥିଲେ । ସେ ବଲିଉଡ ରେ ଅନୁରାଗ କାଶ୍ୟପଙ୍କ ଫିଲ୍ମ ଦେବ ଡିରେ ଡେବ୍ୟୁ କରିଥିଲେ । ଏହି ଗୋଟେ ଫିଲ୍ମ ପରେ ମାହିଙ୍କୁ ଅନେକ ଫିଲ୍ମରେ ଚାନ୍ସ ମିଳିଥିଲା ଏବଂ ଅନେକ ଫିଲ୍ମ ପାଇଁ ଆୱାର୍ଡ଼ ମଧ୍ୟ । ଅନୁରାଗ ପ୍ରଥମ ଥର ମାହିଙ୍କୁ ଏକ ପାର୍ଟିରେ ଭେଟିଥିଲେ ଏହାପରେ ତାଙ୍କୁ ଦେବ ଡ଼ି ଫିଲ୍ମ ପାଇଁ କାଷ୍ଟ କରିଥିଲେ । ଏହି ଫିଲ୍ମ ପାଇଁ ମାହି ଙ୍କୁ ଫିଲ୍ମ ଫେୟାର ଆୱାର୍ଡ଼ ମଧ୍ୟ ମିଳିଥିଲା ।

ନିକଟରେ ହୋଇଥିବା ମିଠୁ କ୍ୟାମ୍ପେନ ରେ ମାହି କାଷ୍ଟିଂ କାଉଚ ଶିକାର ହୋଇଥିବା କହିଥିଲେ, ଯାହା ସମସ୍ତଙ୍କୁ ହୃଦୟ ଥରାଇ ଦେଇଥିଲା । ଅସଲରେ କ୍ୟାରିଅର ଆରମ୍ଭ ବେଳେ ମାହି ଜଣେ ନିର୍ଦ୍ଦେଶକ ଙ୍କ ପାଖକୁ ସୁଟ ପିନ୍ଧି ଯାଇଥିଲେ ଯାହା ଦେଖି ନିର୍ଦ୍ଦେଶକ ଜଣକ ତାଙ୍କୁ କହିଥିଲେ ଯେ ଏଭଳି ସୁଟ ପିନ୍ଧି ଆସିଲେ କେହି କାମ ଦେବେନି, ଏବଂ ସେ ନାଇଟି ରେ କିଭଳି ନଜର ଆସିବେ ତାଙ୍କୁ ସେହି ରୂପରେ ଦେଖିବାକୁ କହିଥିଲେ ନିର୍ଦ୍ଦେଶକ ଜଣକ ।  ଏହିଭଳି ଆରମ୍ଭ ହୋଇଥିଲା ମାହି ଙ୍କ କ୍ୟାରିଅର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More