Only for Entertainment

ଏହି ୫ ଜଣ ବଲିଉଡ ତାରକାଙ୍କୁ ବିଦେଶରେ ହେବାକୁ ପଡ଼ିଥିଲା ରଙ୍ଗଭେଦର ଶୀକାର ।

amarujala
0 35

ବଲିଉଡରେ ଏଭଳି କେତେକ ଷ୍ଟାର ଅଛନ୍ତି ଯେଉଁମାନେ ଛୁଟି ମନାଇବା ପାଇଁ ଦେଶ ବାହାରକୁ ଯାଆନ୍ତି । ସେଥିପାଇଁ ସେମାନଙ୍କୁ ସେଠାକୁ ବାରମ୍ବାର ଯିବା ଆସିବାକୁ ପଡ଼ିଥାଏ । କିନ୍ତୁ ଏଥିପାଇଁ ସେମାନଙ୍କୁ ରଙ୍ଗଭେଦର ଶୀକାର ହେବାକୁ ପଡ଼ିଥାଏ ।

ସବୁଠାରୁ ପ୍ରଥମେ ରହିଛନ୍ତି ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜ କାୟା ବିସ୍ତାର କରିଥିବା ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କ କହିବା ଅନୁସାରେ ଆମେରିକାରେ ପଢୁଥିବା ସମୟରେ ତାଙ୍କ କ୍ଲାସମେଂଟ ତାଙ୍କୁ ବ୍ରାଉନି କହି ଡାକୁଥିଲେ । ତେବେ ତାଙ୍କ ତ୍ୱଚାର ରଙ୍ଗକୁ ନେଇ ତାଙ୍କୁ ଏଭଳି ଡାକୁଥିଲେ ।

ଏହି ଲିଷ୍ଟରେ ଅଭିନେତ୍ରୀ ସୋନମ କପୁରଙ୍କ ନାମ ମଧ୍ୟ ରହିଛି । ସୋନମ ନିଜେ ଏହି ବିଷୟରେ କହିଛନ୍ତି । ତେବେ ବାହାରକୁ ଇଭେଂଟରେ ଯାଇଥିବା ସମୟରେ ତାଙ୍କୁ ବ୍ରାଉନି ବୋଲି ସମ୍ବର୍ଦ୍ଧନା କରାଯାଇଥିଲା ।

୨୦୦୭ରେ ‘ବିଗ ବ୍ରଦର ୫’ କାରଣରୁ ସିଲ୍ପା ସେଟ୍ଟୀଙ୍କ ଉପରେ ତାଙ୍କ ବନ୍ଧୁ ଜେଡ ଗୁଡ୍ଡୀ କଥିତ ରୂପରେ ଜାତିଗତ ଟିପ୍ପଣୀ ଦେଇଥିଲେ । ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା ସାରା ଦେଶରେ ଜେଡଙ୍କ ବିଷୟରେ ଆଲୋଚନା କରାଗଲା । ଏଠାରେ ସିଲ୍ପାଙ୍କ ପାଇଁ ସମସ୍ତଙ୍କ ହୃଦୟରେ ସମବେଦନା ବଢିଗଲା । ଫଳସ୍ୱରୂପ ସିଲ୍ପା ଏହି ରିୟାଲିଟି ଶୋକୁ ଜିତି ଜେଡଙ୍କୁ କଡ଼ା ଜୱାବ ଦେଇଥିଲେ ।

ଅସ୍କର ୱିନିଙ୍ଗ ଫିଲ୍ମ ସ୍ଲମଡଗ ମିଲେନିୟରର ଅଭିନେତ୍ରୀ ଫ୍ରିଦା ପେଂଟୋ ମଧ୍ୟ ଜାତିଭେଦର ଶୀକାର ହୋଇଥିଲେ ।
ଶେଷରେ ଆଲୋଚନା କରିବା ବଲିଉଡର ବାଦଶାହ ଶାହାରୁଖ ଖାନଙ୍କ ବିଷୟରେ । ଶାହାରୁଖଙ୍କ ସହିତ ଥରେ ନୁହେଁ ବରଂ ଦୁଇ ଥର ଏଭଳି ହୋଇଛି । ତାଙ୍କୁ ତାଙ୍କ ସରନେମ ଖାନ ପାଇଁ ଏୟାରପୋର୍ଟରେ ଦୁଇ ଥର ରଖା ଯାଇଥିଲା । ୨୦୧୨ରେ ତାଙ୍କୁ ନ୍ୟୁୟର୍କ ଏୟାରପୋର୍ଟ ଏବଂ ୨୦୧୬ରେ ଲଂସ ଏେଂଜଲସ ଏୟାରପୋର୍ଟରେ ପୋଲିସ ଘେରି ଯାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More