Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କଲେ ଅନିଲ କପୁର, ଫଟୋ ସେୟାର କରି କହିଲେ ଏହି କଥା ।

from anil kapoors twitter account
23

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହିତ ସାକ୍ଷାତ କରୁଥିବାର ଦେଖିବାକୁ ମିଳିଛି । ଏହି ଲିଷ୍ଟରେ ଏବେ ଆଉ ଏକ ସେଲିବ୍ରିଟିଙ୍କ ନାମ ସାମିଲ ହୋଇଛି । ଆମେ ଅଭିନେତା ଅନିଲ କପୁରଙ୍କ କଥା ଏ ଟାରେ କହୁଛୁ । ନିକଟରେ ଅନିଲ କପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାରର ଏକ ଫେଟାକୁ ଅନିଲ କପୁର ବୁଧକବାର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫଟୋରେ ଅନିଲ କପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବସି ଆଲୋଚନା କରୁଥିବାର ନଜର ଆସିଛନ୍ତି ।

ଅନିଲ କପୁର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦିଙ୍କ ଏହି ଫଟୋକୁ ଲୋକେ ଖୁବ ପସନ୍ଦ କରୁଥିବାର ଦେଖିବାକୁ ମିଳିଛି । ଟ୍ୱିଟ କରି ଅନିଲ କପୁର ଲେଖିଥିଲେ, ମୋତେ ଆଜି ମାନନୀୟ ନରେନ୍ଦ୍ର ମେଦିଙ୍କୁ ସହିତ ସାକ୍ଷାତ କରିବାର ମଉକା ମିଳିଲା । ଏହାପରେ ମୁଁ ନିଜକୁ ଖୁବ ପ୍ରେରିତ ଅନୁଭବ କରୁଛି । ତାଙ୍କର ଭାବନା ଏବଂ ପ୍ରତିଭାର ତୁଳନା ନାହିଁ । ମୁଁ ଖୁବ ଖୁସି ଅନୁଭବ କରୁଛି ।


କହିରଖୁଛୁ ଯେ, ଏହା ପୂର୍ବରୁ ରଣବୀର ସିଂ, ରଣବିର କପୁର. କରଣ ଜୋହର, ଆଲିଆ ଭଟ୍ଟଙ୍କ ସମେତ ଅନେକ କଳାକାର ମୋଦିଙ୍କୁ ସାକ୍ଷାତ କରିଥିଲେ । ଏବଂ ତାଙ୍କ ସହିତ ସେଲ୍ଫି ଉଠାଇଥିଲେ । ମୋଦିଙ୍କ ସ ହି ବତ ସେଲିବ୍ରିଟିମାନଙ୍କର ଏହି ଫଟୋ ଖୁବ ଭାଇରାଲ ହୋଇଥିଲା ।

କହିରଖୁଛୁ ଯେ, ଅନିଲ କପୁର ଖୁବଶୀଘ୍ର ଫିଲ୍ମ ‘ଏକ ଲଡକୀ କୋ ଦେଖା ତୋ ଏସା ଲଗା’ରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ପ୍ରଥମ ଥର ପାଇଁ ସେ ଝିଅ ସୋନମ କପୁରଙ୍କ ସହିତ ସ୍କ୍ରିନ ସେୟାର କରିବେ । ଫିଲ୍ମରେ ଅନିଲ କପୁର ଏବଂ ସୋନମ କପୁରଙ୍କ ସହିତ ରାଜକୁମାର ରାଓ ଏବଂ ଜୁହି ଚାୱଲା ମଧ୍ୟ ନପଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More