Only for Entertainment

ସାମ୍ନାକୁ ଆସିଲା ଅଭିନେତା ଇନ୍ଦ୍ର କୁମାରଙ୍କ ସୁଇସାଇଡ ଭିଡିଓର ସତ୍ୟତା

DNA India
0 58

ଗତବର୍ଷ ହାର୍ଟ ଆଟାକରେ ମୃତ୍ୟୁ ବରଣ କରିଥିବା ଅଭିନେତା ଇନ୍ଦ୍ର କୁମାରଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ତାଙ୍କର ସୁଇସାଇଡ ଭିଡିଓ କୁହାଯାଉଛି । ଏହି ଭିଡିଓରେ ଇନ୍ଦ୍ର କୁମାରଙ୍କୁ ନିଶା ଗ୍ରସ୍ତ ଅବସ୍ତାରେ ଦେଖିବାକୁ ମିଳିଛି । କିନ୍ତୁ ଭାଇରାଲ ହେଉଥିବା ଏହି ଭିଡିଓ କ’ଣ ସତରେ ଏହା ତାଙ୍କ ସୁଇସାଇଡ ଭିଡିଓ ତାହାକୁ ନେଇ ପ୍ରଶ୍ନ ଉଠିଛି । ଖବର ଅନୁସାରେ ତାଙ୍କର ମୃତ୍ୟୁ ହାର୍ଟ ଆଟାକରେ ହୋଇଥିଲା । ଏବେ ଏହି ଭଇରାଲ ଭିଡିଓର ସତ୍ୟତା ସାମ୍ନାକୁ ଆସିଛି ।

ସୁଇସାଇଡ ଭିଡିଓ ଭାଇରାଲ ହେବା ପରେ ଅପକମିଙ୍ଗ ଫିଲ୍ମ ‘ଫଟି ପଡି ହେ ୟାର’ର ନିର୍ମାତା ଏକ ପ୍ରେସ କନଫରେନ୍ସ ଆୟୋଜନ କରିଥିଲେ । ଫିଲ୍ମର ନିର୍ମାତା କହିଛନ୍ତି ଯେ ଭାଇରାଲ ହେଉଥିବା ଏହି ସୁଇସାଇଡ ଭିଡିଓ ସତ୍ୟତା କିଛି ଭିନ୍ନ । ଏହି ଭିଡିଓ ତାଙ୍କର ଆଗାମୀ ଫିଲ୍ମର ଏକ ଦୃଶ୍ୟ । ନିର୍ମାତାଙ୍କ ମତରେ ତାଙ୍କ ଆଗାମୀ ଫିଲ୍ମ ଦୃଶ୍ୟ ଲିକ ହୋଇଛି । ଏବଂ ଏହାକୁ ଅଭିନେତା ଇନ୍ଦ୍ର କୁମାରଙ୍କ ସୁଇସାଇଡ ଭିଡିଓ କହି ସେୟାର କରାଯାଇଛି ।

ଫିଲ୍ମର ନିର୍ମାତାଙ୍କ କହିବା ଅନୁସାରେ ଇନ୍ଦ୍ର କୁମାର ଫିଲ୍ମରେ ଏପରି ଏକ ଚରିତ୍ରରେ ଅଭିନୟ କରିଥିଲେ ଯିଏ ସମାଜରେ ହେଉଥିବା ସୁଇସାଇଡକୁ ନେଇ ଚିନ୍ତିତ ହୋଇଯାଆନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More