Only for Entertainment

ଏହି ଅଭିନେତ୍ରୀଙ୍କୁ ସିରିଅଲ କିସରର ଟ୍ୟାଗ ଦେବାକୁ ଚାହୁଁଥିଲେ ଇମ୍ରାନ ।

40

ମୁମ୍ବାଇରେ ୨୪ ମାର୍ଚ୍ଚକୁ ଅର୍ଥାତ ଠିକ ୪୦ ବର୍ଷ ପୁର୍ବରୁ ଜନ୍ମ ନେଇଥିଲେ ବଲିଉଡର ସିରିଅଲ କିସର ଇମ୍ରାନ ହାସମୀ । ସେ ମହେଶ ଭଟ୍ଟଙ୍କ ଭଣଜା । ଆଜି ତାଙ୍କ ଜନ୍ମଦିନରେ ଆମେ ଆପଣଙ୍କ ସହିତ ତାଙ୍କ ପିଲାଦିନର କିଛି ଫଟୋ ଶେୟାର କରିଛୁ । ତେବେ ତାଙ୍କ ବିଷୟରେ ଜଣାଇବୁ କିଛି ଖାସ କଥା । ଫିଲ୍ମ ଫୁଟପାଥରେ ୨୦୦୩ରେ ସେ କ୍ୟାରିଅର ଆରମ୍ଭ କଲେ । ୨୦୦୪ରେ ଫିଲ୍ମ ମର୍ଡର ପରେ ସେ ଖୁବ ପରିଚିତ ହୋଇଥିଲେ । ଏହି ଫିଲ୍ମ ରାତି ରାତି ଇମ୍ରାନଙ୍କୁ ସୁପରଷ୍ଟାର କରି ଦେଇଥିଲା । ଏହାପରେ ଇମ୍ରାନ ଆୱାରାପନ, ସଙ୍ଘାଇ, ଜନ୍ନତ, ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ, କ୍ରୁକ, ଦିଲ ତୋ ବଚା ହୈ ଜୀ, ମର୍ଡର ଟୁ, ଦ ଡାର୍ଟି ପିକଚର, ହମାରୀ ଅଧୁରୀ କାହାନୀ, ଅଜହର ଏବଂ ରାଜ ରିବୁଟ ଫିଲ୍ମରେ ନଜର ଆସିଛନ୍ତି । ନିକଟ ଅତୀତରେ ଚିଟ ଇଣ୍ଡିଆରେ ମଧ୍ୟ ନଜର ଆସିଥିଲେ ।

alia

ଇମ୍ରାନ ସିରିଅଲ କିସର ଭାବରେ ବେଶ ଜଣାଶୁଣା ।
ଏକ ଇଂଟରଭ୍ୟୁ ସମୟରେ ଇମ୍ରାନ କହିଥିଲେଯେ ଯଦି ସେ ସିରିଅଲ କିସରର ତାଜ କାହାକୁ ଦେବାକୁ ଚାହାଁନ୍ତି ତେବେ ସେ ଆଲିୟା ଭଟ୍ଟଙ୍କୁ ଦେବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More