Only for Entertainment

Kader khan dies: ବଲିଉଡର ଦିଗ୍ଗଜ ଅଭିନେତା କାଦର ଖାନଙ୍କ ୮୧ବର୍ଷରେ କାନାଡାରେ ହୋଇଛି ନିଧନ !

17

୨୦୧୮ ଶେଷ ହେଉ ହେଉ ୨୦୧୯ର ପ୍ରଥମ ଦିନରେ ଶୁଣିବାକୁ ମିଳିଛି ଏକ ଦୁଃଖଦ ଘଟଣା । ବଲିଉଡ ଦିଗ୍ଗଜ ଅଭିନେତା କାଦର ଖାନ ୮୧ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ତାଙ୍କର ଶରୀର ଅବସ୍ଥା ଗମ୍ଭୀର ହେବା କାରଣରୁ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କାରଣରୁ ତାଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । କିଛି ଦିନ ପୂର୍ବେ ତାଙ୍କୁ କାନାଡାର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କାଦର ଖାନଙ୍କୁ ଶେଷ ଥର ୨୦୧୫ରେ ଆସିଥିବା ଫିଲ୍ମ ‘ଦିମାଗ କା ଦହି’ରେ ଦେଖିବାକୁ ମିଳିଥିଲା ।

ଏଠାରେ ଆମେ କହି ରଖୁଛୁ ଯେ ତାଙ୍କର ଜନ୍ମ ୨୨ଅକ୍ଟୋବର ୧୯୩୭ରେ କାବୁଲ ରେ ହୋଇଥିଲା । ସେ ୧୯୭୩ରେ ‘ଦାଗ’ ଫିଲ୍ମ ଜରିଆରେ ତାଙ୍କର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ରାଜେଶ ଖନ୍ନା । ଏହାପୂର୍ବରୁ ସେ ରଣଧୀର କପୂର ଏବଂ ଜୟା ବଚ୍ଚନଙ୍କ ଫିଲ୍ମ ‘ଜବାନୀ-ଦିୱାନୀ’ ପାଇଁ ସମ୍ବାଦ ଲେଖିଥିଲେ । ଏକ ପଟକଥା ଲେଖକ ରୂପେ ମନମୋହନ ଦିସାଇ ଏବଂ ପ୍ରକାଶ ମେହେରାଙ୍କ ଅନେକ ଫିଲ୍ମ ଲେଖିଥିଲେ କାଦର ଖାନ । ତେବେ ତାଙ୍କ ମୃତ୍ୟୁ ପାଇଁ ଆମ ଟିମ ତରଫରୁ ଦିଗ୍ଗଜ ଅଭିନେତା କାଦର ଖାନଙ୍କୁ ଅଶେଷ ଅଶେଷ ଶ୍ରଦ୍ଧାଂଜଳୀ , ତାଙ୍କର ଆତ୍ମାକୁ ସଦଗତି ମିଳୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More