Only for Entertainment

କେରଳ ବନ୍ୟା ପାଇଁ ଇଶା ଗୁପ୍ତାଙ୍କ ସପୋର୍ଟ, ଦାନ କରିବେ ଗୋଟିଏ ଦିନର ରୋଜଗାର ।

zee news
0 25

କେରଳରେ ଦେଖାଦେଇଛି ପ୍ରଳୟଙ୍କାରୀ ବନ୍ୟା। ଫଳରେ କେରଳର ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଯାଇଛି। ବନ୍ୟା ପାଣି ଜମି ଏବଂ ଘରେ ପସି ଯାଇଛି। ଫଳରେ ବନ୍ୟାବିପନ୍ନଙ୍କୁ ବିସ୍ଥାପିତ କରାଯାଇଛି। ଲୋକଙ୍କୁ ଉଦ୍ଧାରକାରୀ ଟିମ୍ ପାଣିଘେରରୁ ଉଦ୍ଧାର କରି ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ଏହା ପରେ ମଧ୍ୟ ଅନେକ ଲୋକ ଏହି ବନ୍ୟାରେ ଫସି ରହିଛନ୍ତି । ଏପରି ସ୍ଥିତିରେ ବଲିଉଡର ଅନେକ କଳାକାର ବନ୍ୟା ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିବେଦନ କରିଛନ୍ତି । ଏବେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା କେରଳ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ଏକ ଭିନ୍ନ ଉପାୟରେ ସାହାର୍ଯ୍ୟ କରିଛନ୍ତି ।

ଇଶା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ବନ୍ୟାରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗୁହାରି କରିଛନ୍ତି । ଏହା ସହିତ ସେ ବନ୍ୟା ପିଡିତଙ୍କ ପାଇଁ ନିଜର ଗୋଟିଏ ଦିନର ରୋଜଗାରକୁ ଦାନ କରିବା ପାଇଁ ଏହି ଭିଡିଓରେ କହିଛନ୍ତି ।

କହିରଖୁଛୁ ଯେ ଅମିତାଭ ବଚ୍ଚନ, ଅନୁଷ୍କା ଶର୍ମା, ବରୁଣ ଧୱନ, ଶ୍ରଦ୍ଧା କପୁର, ରାଜ କୁମାର ରାଓଙ୍କ ପରି କଳାକାର ନିଜ ଟ୍ୱିଟର ଆକାଉଣ୍ଟରେ କେରଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଗୁହାରି କରିଛନ୍ତି । ଇଶା ମଧ୍ୟ ଲୋକଙ୍କୁ କିଛି ଜିନିଷ ହେଉ ବା ଅର୍ଥ ହେଉ ଦାନ କରିବା ପାଇଁ କହିଛନ୍ତି । ଇଶା ନିଜ ଇଭେଣ୍ଟର ଅର୍ଥଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଟିରେ ଜମା କରିବା ପାଇଁ କହିଛନ୍ତି । ଫିଲ୍ମ ବିଷୟରେ କହିବାକୁ ଗଲେ ଇଶା ଖୁବ ଶୀଘ୍ର ଜେପି ଦତ୍ତାଙ୍କ ଫିଲ୍ମ ‘ପଲଟନ’ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More