Only for Entertainment

ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ମର୍ଡରକୁ ନେଇ ଚର୍ଚ୍ଚା

reeado india
0 63

ପୁଣିଥରେ ସାମ୍ନାକୁ ଆସିଲା ବଲିଉଡ ନାୟିକା ଜିୟା ଖାନଙ୍କ ମୃତ୍ୟୁ ଘଟଣା । ସିବିଆଇର ସ୍ପେଶାଲ କୋର୍ଟ ଜିୟା ଖାନଙ୍କ ମା ରାବିୟା ଖାନଙ୍କ ପିଟିସନକୁ ରବ୍ଦ କରିଦେଇଛି । ଯେଉଁ କାରଣରୁ ସୂରଜ ପଂଚୋଲିଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ।

ଋାବିୟା ଖାନ ଜିୟାଙ୍କ ରେପ ଏବଂ ହତ୍ୟା ଘଟଣାରେ ସୂରଜ ପଂଚୋଲିଙ୍କ ବିରୋଧରେ ଯାଂଚ ପାଇଁ ଦାବି କରିଥିଲେ । କେବଳ ସେତିକି ନୁହେଁ ମରଂ ରାବିୟା ଅଭିନେତା ଆଦିତ୍ୟ ପଂଚୋଲିଙ୍କ କଲ ଡାଟା ରେକର୍ଡ଼ ଚେକ କରିବାକୁ ମଧ୍ୟ ଦାବି କରିଥିଲେ । ଯାହାକୁ କୋର୍ଟ ରବ୍ଦ କରି ଦେଇଥିଲା । ତେବେ ଆଦିତ୍ୟ ପଂଚୋଲି ହେଉଛନ୍ତି ସୂରଜ ପଂଚୋଲିଙ୍କ ବାପା । ଜିୟା ଖାନଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୋଜନ ପକ୍ଷ ସୂରଜଙ୍କ ଉପରେ ଜିୟାଙ୍କ ରେପ,ହତ୍ୟା ଏବଂ ଆବର୍ସନ କରାଇଥିବା ମାମଲା ମଧ୍ୟ ରୁଜୁ କରିଛି ।
ଜିୟା ଏବଂ ସୂରଜଙ୍କ ସଂପର୍କ ଅତି ଗଭୀର ଥିଲା । ସିବିଆଇ ପୋଲିସ ଯେଉଁ ଚାର୍ଜସିଟ ଜାରି କରିଛି ସେଥିରେ ସୂରଜଙ୍କ ଉପରେ କେବଳ ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ଆରୋପ ଲଗାଯାଇଛି ।

 

୨୫ ବର୍ଷୀୟା ଜିୟା ଖାନଙ୍କ ମୃତ୍ୟୁ ୩ ଜାନୁୟାରୀ ୨୦୧୩କୁ ହୋଇଥିଲା । ଯେଉଁ କାରଣରୁ ତାଙ୍କ ବଏଫ୍ରେଣ୍ଡ ସୂରଜଙ୍କୁ ୧୦ ଜୁନ ୨୦୧୩ରେ ଗିରଫ କରାଯାଇଥିଲା । ଆତ୍ମହତ୍ୟା ପୂର୍ବରୁ ଜିୟା ଏକ ଚିଠି ଲେଖିଥିଲେ ଯେଉଁଥିରେ ସୂରଜଙ୍କ ଉପରେ ଅତ୍ୟାଚାର କରୁଥିବା ଘଟଣା ଉଲ୍ଲେଖ ଥିଲା । ଜିୟାଙ୍କ ମା ରାବିୟା ଭାରତୀୟ ବିଶେଷଜ୍ଞଙ୍କ ଯାଂଚ ରିପୋର୍ଟ ଉପରେ ସନ୍ତୁଷ୍ଟ ନଥିଲେ । ସେ ବ୍ରିଟିଶ ଏକ୍ସପର୍ଟ ଜେସନ ପାୟନେ ଜିସ୍ମଙ୍କ ଠାରୁ ମେଡିକଲ ବା ପୋଷ୍ଟମର୍ଟମ ରିପୋର୍ଟ୍ସ ଏବଂ ଜିୟାଙ୍କ ଡେଡ୍ ବଡ଼ିର ଫରେନସିକ ଯାଂଚ କରିଥିଲେ । ଜେସନ ଜିୟାଙ୍କ ରୁମର ସିସିଟିଭି ଫୁଟେଜ ର ମଧ୍ୟ ଯାଂଚ କରିଥିଲେ । ଯାହା ଦ୍ୱାରା ସେ କହିଥିଲେଯେ ଜିୟାଙ୍କ ଓଠରେ ହୋଇଥିବା ଆଘାତର ଦାଗ ବ୍ଲଂଟ ଫୋର୍ସ ଟ୍ରାମା ଆଡ଼କୁ ଇସାରା ଦେଉଥିଲା । ଏହା ସହିତ ବେକରେ ହୋଇଥିବା ଦାଗ ଓଢଣୀର ନଥିଲା । ତେବେ ଜିୟାଙ୍କ ମୃତ୍ୟୁଯେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା ଏଥିରେ ସନ୍ଦେହ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More