Only for Entertainment

ଯୁବତୀ ଦେଖାଯିବା ପାଇଁ କରିସ୍ମା ନେଉଛନ୍ତି ଏହି ୬ଟି ଆଂଟି ଏଜିଙ୍ଗ ଡାଇଟ ।

bollywood tadka
49

କରିସ୍ମା କପୁର ବଲିଉଡର ଫିଟ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ନିଜର ସୁନ୍ଦର ଶରୀର ପାଇଁ ସେ ସବୁବେଳେ ଫ୍ୟାନ୍ସଙ୍କ ହୃଦୟକୁ ଜିତିପାରନ୍ତି । ୪୪ ବର୍ଷ ବୟସରେ ମଧ୍ୟ ସେ ଆଜିର ହିରୋଇନଙ୍କୁ ଟକ୍କର ଦିଅନ୍ତି । କିନ୍ତୁ ଜାଣନ୍ତି କି ଏହା ତାଙ୍କ ପାଇଁ କିଭଳି ସମ୍ଭବ ହୋଇପାରିଛି? ଆସନ୍ତୁ ଜାଣିବା ତାଙ୍କ ସୌନ୍ଦର୍ଯ୍ୟ ଏବଂ ଫିଟନେସର ରାଜ ।

ଯୋଗରୁ ଦିନର ଆରମ୍ଭ:
କରିସ୍ମା ଘରେ ହିଁ ଯୋଗ କରିବାକୁ ପସନ୍ଦ କରନ୍ତି । ସପ୍ତାହକୁ ୩ରୁ ୪ ଥର ବ୍ୟାୟାମ କରନ୍ତି । ଯାହା ଦ୍ୱାରା ସେ ତାଜା ଅନୁଭବ କରିବା ସହିତ ଫିଟ ରହିଥାନ୍ତି ।

ପହଂରିବା:
କରିସ୍ମା କୁହନ୍ତିଯେ ସେ ଖୁବ ସୁସ୍ଥ । ସ୍କୁଲ ଯାଉଥିବା ସମୟରେ ସେ ସବୁବେଳେ ପହଂରିବା କାର୍ଯ୍ୟ ଜାରି ରଖିଥିଲେ, ଏବଂ ଏବେ ମଧ୍ୟ ତାହା ଜାରି ରଖିଛନ୍ତି ।

ସିଢିର ବ୍ୟବହାର:
କରିସ୍ମା ଅଧିକାଂଶ ସମୟରେ ସିଢିର ବ୍ୟବହାର କରନ୍ତି । ଆବଶ୍ୟକ ସ୍ଥଳରେ ଲିଫ୍ଟର ବ୍ୟବହାର କରନ୍ତି ।

ଖୁବ ପାଣି ପିଇବା:
କରିସ୍ମା ଦିନକୁ ୮ରୁ ୯ ଗ୍ଲାସ ପାଣି ପିଅନ୍ତି, କିନ୍ତୁ ଆପଣ ତାଙ୍କ ଠାରୁ ଅଧିକ ପାଣି ପିଇ ପାରିବେ, ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ।
୬ରୁ ୭ ଥର ଭୋଜନ:
ସେ ଏକା ସାଙ୍ଗରେ ପେଟ ପୂରାଇ ଖାଇବା ପରିବେର୍ତ୍ତ ଦିନକୁ ୬ରୁ ୭ ଥର କମ କମ କରି ଖାଇଥାନ୍ତି । ପ୍ରତ୍ୟେକ ଭୋଜନ ମଧ୍ୟରେ ୨ ଘଂଟାର ବ୍ୟବଧାନ ଥାଏ । ତାଙ୍କ କହିବା ଅନୁସାରେ ଏହି ପ୍ରଣାଳୀରେ ସେ ଛ୍ରୁଆ ଜନ୍ମ କରିବା ପରେ ପ୍ରାୟ ୨୫ କିଲୋ ଓଜନ କମ କରି ପାରିଥିଲେ ।

ଡାଇଟରେ ପରିବା:
ଜଳଖିଆରେ ଚିଆ ମଂଜି ଏବଂ ବାଦାମ ମିଲ୍କ ନିଅନ୍ତି । ଯାହା ଭୋକ ହେବା ପ୍ରକ୍ରିୟାକୁ ଧୀର କରିଦିଏ । ଲଂଚ ସମୟରେ ବ୍ରାଉନ ରାଇସ, ପରିବାରେ ପ୍ରସ୍ତୁତ ତରକାରୀ, ସିଝା ଚିକେନ ଏବଂ ମାଛ ଆଦି ଖାଇଥାନ୍ତି । ଡିନରରେ ହାଲକା ଏବଂ ଲୋ କ୍ୟାଲୋରୀ ଖାଦ୍ୟ ଖାଇଥାନ୍ତି ।

କେଶ ପାଇଁ ବାଦାମ:
ଏକ ଗିନା ଦଲିୟାରେ ବାଦାମ ଏବଂ ଅନ୍ୟ ଫଳ ମିଶାଇ ଖାଇଥାନ୍ତି । ଏହା ତ୍ୱଚା ଏବଂ କେଶ ପାଇଁ ଖୁବ ଉପକାରୀ ।

ଦିନର ଆରମ୍ଭ ସେ ରସାଳିଆ ଅଙ୍ଗୁରରୁ କରନ୍ତି । ଏହା ଏକ ଆଂଟି ଏଜିଙ୍ଗ ଫଳ । ଏହା ବ୍ୟତୀତ ମୌସମୀ ଫଳ, ତରଭୁଜ,ବେରିଜ ଏବଂ କମଳା ଆଦି ଖାଇଥାନ୍ତି । ଏହା ଦ୍ୱାରା ତ୍ୱଚା ହାଇଡ୍ରେଟ ରହିଥାଏ ।

ଦିନକୁ ଥରେ କଫି ପିଅନ୍ତି । କେବେ ମଧ୍ୟ ଚିନ୍ତାରେ ରୁହନ୍ତିି ନାହିଁ । ସୂର୍ଯ୍ୟ କିରଣରୁ ବଂଚିବା ପାଇଁ ଏସପିଏଫ ଯୁକ୍ତ ସନସ୍କ୍ରିନ ବ୍ୟବହାର କରନ୍ତି ।

ଗାଧୋଇବା ପରେ ମଏଶ୍ଚରାଇଜର ଲଗାଇବା ଉଚିତ । ଏଭଳିକି ଦିନକୁ ୩ରୁ ୪ଥର ଲଗାଇବା ମଧ୍ୟ ଭଲ । ଏହା ସହିତ ସପ୍ତାହକୁ ଥରେ ମଧ୍ୟ କେଶରେ ତେଲ ଲଗାଇବା ଉଚିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More