Only for Entertainment

ବଲିଉଡକୁ କମବ୍ୟାକ କରିବା ପାଇଁ ପ୍ରସ୍ତୁତ ଶିଳ୍ପା ସେଟ୍ଟୀ, ମିଳିଲା ପତି ରାଜ କୁନ୍ଦ୍ରଙ୍କ ସାଥ୍

BollywoodShaadis
38

ବଲିଉଡରେ ଏବେ ଷ୍ଟାରକିଡଙ୍କ ଡେବ୍ୟୁ ଏବଂ ୯୦ ଦଶକର କଳାକାରଙ୍କ କମବ୍ୟାକ କରିବାର ଧାରା ଚାଲିଛି । ମାଧୁରୀ ଦିକ୍ଷୀତ, ସଂଜୟ ଦତ୍ତ, କାଜୋଲ ଏବଂ ରାଣୀ ମୁଖର୍ଜୀ ପରି ସିନିଅର କଳାକାରଙ୍କୁ ନିକଟରେ ଅନେକ ଫିଲ୍ମରେ ଦେଖିବାକୁ ମିଳିଛି । ଏହି ଧାରାକୁ ଆଗକୁ ନେବାକୁ ଯାଉଛନ୍ତି ଶିଳ୍ପା ସେଟ୍ଟୀ । ଆଜ୍ଞା ହିଁ, ଶିଳ୍ପା ସେଟ୍ଟୀ ଖୁବ ଶୀଘ୍ର ବଡ ପରଦାକୁ କମବ୍ୟାକ କରିବାକୁ ଯାଉଛନ୍ତି । ଶିଳ୍ପା ସେଟ୍ଟୀ ନିକଟରେ ଏହି ଖୁଲାସା କରିଛନ୍ତି ଯେ, ସେ ଲଗାତାର ସ୍କ୍ରିପ୍ଟ ପଢୁଛନ୍ତି ଏବଂ ଖୁବ ଶୀଘ୍ର ବଡ ଖୁଲାସା କରିବେ ।

ନିଜର କମବ୍ୟାକକୁ ନେଇ ଶିଳ୍ପା କହିଛନ୍ତି ଯେ, ‘କମବ୍ୟାକକୁ ନେଇ ମୁଁ ମୋ ପତିଙ୍କ ସହିତ ଲମ୍ବା କଥାବାର୍ତ୍ତା କରିଛି ଏବଂ ଏହି ନିର୍ଣ୍ଣୟରେ ସେ ମୋ ସହିତ ଅଛନ୍ତି । ସେ ସବୁବେଳେ ମୋ ସହିତ ଠିଆ ହୁଅନ୍ତି ।’

shilpa

ଏହା ସହିତ ସେ କହିଥିଲେ, ‘ଏବେ ମୋ ପାଖରେ ୩ଟି ସ୍କ୍ରିପ୍ଟ ଅଛି । ଏହାକୁ ମୁଁ ଭଲ ଭାବେ ପଢୁଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍କ୍ରିପ୍ଟକୁ ଫାଇନାଲ କରିନାହିଁ । ମୁଁ ମୋ ପୁଅ ସହିତ ସମୟ ବିତାଇବାକୁ ଚାହୁଁଥିଲି ସେଥିପାଇଁ କୌଣସି ଫିଲ୍ମ ସାଇନ କରୁନଥିଲି ।’

ଆପଣଙ୍କୁ କହିରଖୁଛୁ ଯେ, ଶିଳ୍ପା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ନିଜର ଯୋଗ ଭିଡିଓ ଫ୍ୟାନ୍ସଙ୍କ ସହିତ ସେୟାର କରିଥାନ୍ତି । ଏହା ସହ ସୋନି ଟିଭିରେ ପ୍ରସାରିତ ସୁପର ଡ୍ୟାନ୍ସର ଶୋ’କୁ ମଧ୍ୟ ଜଜ୍ କରୁଛନ୍ତି । ନିକଟରେ ଶିଳ୍ପା ଆମାଜୋନର ଏକ ୱେବ ସିରିଜରେ ନଜର ଆସିଥିଲେ ମାତ୍ର ଏହା ସଫଳ ହୋଇନଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More