Only for Entertainment

ବୟଫ୍ରେଣ୍ଡ ଖୋଜୁଛନ୍ତି ବଲିଉଡ୍ ସୁନ୍ଦରୀ କ୍ୟାଟ୍ରିନା, କହିଲେ ଆଉ ରହି ପାରିବିନି ସିଙ୍ଗଲ୍

unitedpunjabfc
59

ବଲିଉଡରେ ଏବେ ଦେଖିବାକୁ ମିଳିଛି ବିବାହର ସିଜିନ୍ । ବି-ଟାଉନର ପ୍ରାୟ ସବୁ ଆଗ ଧାଡିର ନାୟିକା ଆଜି ମ୍ୟାରେଡ୍ ଟ୍ୟାଗ୍ ଲାଇନ୍ ହାତେଇଛନ୍ତି । ସେ ଦୀପିକା ପାଦୁକୋଣ ହୁଅନ୍ତୁ କି ଅନୁଷ୍କା ଶର୍ମା ଅବା ପ୍ରିୟଙ୍କା ଚୋପ୍ରା । କେବଳ ସେତିକି ନୁହେଁ ଆହୁରି ବି ନାୟକ – ନାୟିକା ଅଛନ୍ତି ଯେଉଁମାନେ କି ବିବାହ କରିବାର ପ୍ରସ୍ତୁତି ବି ଆରମ୍ଭ କରି ଦେଇଛନ୍ତି । ହେଲେ ଏଭିତରେ ଜଣେ ନାୟିକା ଅଛନ୍ତି ଯିଏ କି ଅଛନ୍ତି ସିଙ୍ଗଲ୍ । ସେ ହେଲେ ବଲିଉଡ୍ ଚିକନି ଚମେଲି କ୍ୟାଟ୍ରିନା କୈଫ୍ । ରଣବିର୍ କପୁରଙ୍କ ସହ ବ୍ରେକ ଅପ୍ ପରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ନିଜ ସିଙ୍ଗଲ୍ ଲାଇଫ୍ କୁ କରୁଛନ୍ତି ଉପଭୋଗ । ହେଲେ ଏବେ ଆଉ ସିଙ୍ଗଲ୍ ରହିବାକୁ ଚାହୁଁନାହାଁନ୍ତି କ୍ୟାଟ୍ । ବୟଫ୍ରେଣ୍ଡ ସନ୍ଧାନରେ ଅଛନ୍ତି ବଲିଉଡର ଏହି ସୁନ୍ଦରୀ ।

kat

ଆଜ୍ଞା ହଁ, ଖୋଦ କ୍ୟାଟ୍ରିନା କହିଛନନ୍ତି ଯେ ସେ ଏବେ ବୟଫ୍ରେଣ୍ଡ ସନ୍ଧାନରେ ଅଛନ୍ତି । ଫିଲ୍ମଫେୟାର୍ ମାଗାଜିନର ଏଡିଟର୍ ଜିତେଶ ପିଲାଇଙ୍କୁ ଦେଇଥିବା ଏକ ଇଂଟରଭ୍ୟୁରେ କ୍ୟାଟ୍ରିନା କହିଛନ୍ତି ୨୦୧୯ରେ ସେ ଆଉ ସିଙ୍ଗଲ୍ ରହିବାକୁ ଚାହୁଁ ନାହାଁନ୍ତି । କହରଖୁଛୁ ଯେ, ଇଣ୍ଟରଭ୍ୟୁରେ ଜିତେଶ କ୍ୟାଟ୍ରିନାଙ୍କୁ ତାଙ୍କର ତିନୋଟି ଇଚ୍ଛା ବିଷୟରେ ପଚାରିଥିଲେ ଏହାର ଉତ୍ତରରେ କ୍ୟାଟ କରିଥିଲେ, ଫିଲ୍ମ ଫେୟାର ଆୱାର୍ଡ, ବୟଫ୍ରେଣ୍ଡ ଏବଂ ନିଜର ଏକ ପ୍ରଡକ୍ସନ କମ୍ପାନୀ ।

ଏକଥା ତ ସଭିଁଙ୍କୁ ଜଣା କ୍ୟାଟ୍ରିନା ଅଭିନେତା ରଣବିର୍ କପୁର୍ଙ୍କୁ କରୁଥିଲେ ଡେଟ୍ । ଆଉ ତାଙ୍କ ସହ ବ୍ରେକ୍ ଅପ୍ ପରେ ଏବେ ସିଙ୍ଗଲ୍ ରହିଛନ୍ତି ଏହି ସୁନ୍ଦରୀ । ମାତ୍ର ତାଙ୍କ ନାମକୁ ସଲମାନ୍ ଖାନଙ୍କ ସହ ବେଶ ଯୋଡା ଯାଉଛି । କ୍ୟାଟ୍ରିନା ମଧ୍ୟ ସଲମାନଙ୍କ ପରିବାର ସହ ବେଶ ଭଲ ବଣ୍ଡିଂ ବନାଇ ପାରିଛନ୍ତି । ଏମିତି କି ସଲମାନଙ୍କ ମାଆ ସଲ୍ମା, କ୍ୟାଟ୍ରିନାଙ୍କୁ ବୋହୂ ଭାବେ ବାଛିଛନ୍ତି ବୋଲି ଚର୍ଚ୍ଚା ହେଉଛି ମାୟାନଗରୀରେ । ତେବେ ସଲମାନଙ୍କ ଥାଉ ଥାଉ କ୍ୟାଟ୍ରିନା ଆଉ କାହା ସନ୍ଧାନରେ ଅଛନ୍ତି? ନା ସଲମାନଙ୍କ ପାଖରେ ହିଁ କ୍ୟାଟ୍ରିନାଙ୍କ ସନ୍ଧାନ ଶେଷ ହେବ, ସେକଥା ଖୁବଶୀଘ୍ର ନିଶ୍ଚୟ ଜଣା ପଡିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More