Only for Entertainment

ବଲିଉଡର ସାବତ ଭାଇଭଉଣୀ: କାହା ଭିତରେ ସଂପର୍କ ଭଲ ତ କାହା ଭିତରେ ଶତ୍ରୁତା

india today
0 52

ଭାଇଭଉଣୀମାନଙ୍କ ମଧ୍ୟରେ ଯେତିକି ଝଗଡ଼ା ହୋଇଥାଏ, ତା’ଠାରୁ ଅଧିକ ଭଲ ପାଇବା ସେମାନଙ୍କ ମଧ୍ୟରେ ଥାଏ । କିନ୍ତୁ ସାବତ ଭାଇ-ଭଉଣୀମାନଙ୍କ ମଧ୍ୟରେ ସେତିକି ଭଲ ପାଇବା ନଥାଏ ବୋଲି ଲୋକମାନେ ଭାବିଥାନ୍ତି । ସାଧାରଣତଃ ସେମାନଙ୍କ ପିତା-ମାତା ଅଲଗା ହେବା ପରେ ସେମାନଙ୍କ ଭାବନା ଏବଂ ଭଲ ପାଇବାରେ ମଧ୍ୟ ପାର୍ଥକ୍ୟ ଆସିଥାଏ । କିନ୍ତୁ ଏହା ଜରୁରୀ ନୁହେଁ କି ସବୁ ସାବତ ଭାଇ ଭଉଣୀଙ୍କ ମଧ୍ୟରେ ଏଭଳି ଶତ୍ରୁତା ଦେଖାଯାଇଥାଏ ।

ଏମିତି ଭାଇଭଉଣୀ ମଧ୍ୟ ଅଛନ୍ତି, ଯେଉଁମାନଙ୍କ ମାତା-ପିତା ଅଲଗା ହେବା ପରେ ମଧ୍ୟ ସେମାନଙ୍କ ମଧ୍ୟରେ ଭଲ ପାଇବା ରହିଛି । ଆଜି ଆମେ ବଲିଉଡର କିଛି ଏମିତି ସାବତ ଭାଇ ଭଉଣୀମାନଙ୍କ ବିଷୟରେ କଥା ହେବା, ଯେଉଁ ମାନଙ୍କର ମାତା-ପିତା ଅଲଗା ହୋଇ ଅନ୍ୟଜଣଙ୍କ ସହ ରହୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କେବେ ଶତ୍ରୁତା ଦେଖାଯାଇ ନାହିଁ ଏବଂ କିଛି ଏମିତି ବି ଅଛନ୍ତି ଯେଉଁମାନଙ୍କ ମାତା-ପିତାଙ୍କ ପାଇଁ ସେମାନେ ସେମାନଙ୍କ ଭାଇ ବା ଭଉଣୀଙ୍କ ସଂପର୍କ ରଖି ନାହାନ୍ତିା ଆସନ୍ତୁ ଜାଣିବା ଆପଣଙ୍କ ମନପସନ୍ଦର ବଲିଉଡ଼ ଷ୍ଟାର ଓ ସେମାନଙ୍କ ସାବତ ଭାଇ ବା ଭଉଣୀମାନଙ୍କ ସହ କେମିତି ରହିଛି ସଂପର୍କ ।

03-aliapooja

  • ଆଲିୟା ଭଟ୍ଟ ଏବଂ ପୂଜା ଭଟ୍ଟ

ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ତାଙ୍କ ସାବତ ଭଉଣୀ ପୂଜା ଭଟ୍ଟଙ୍କ ମା’ ଅଲଗା ହୋଇଥିଲେ ମଧ୍ୟ ଦୁଇ ଜଣଙ୍କ ମଧ୍ୟରେ କେବେ ବି ସେ ନେଇ ଝଗଡ଼ା ହୋଇ ନାହିଁ । ପୂଜା ବଡ଼ ଭଉଣୀ ହିସାବରେ ସବୁବେଳେ ଆଲିୟାଙ୍କୁ ଗାଇଡ଼୍ କରିବା ସହ ସବୁବେଳେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥାନ୍ତି । ଆଲିୟାଙ୍କ ସାବତ ଭାଇ ରାହୁଲ ଭଟ୍ଟ ମଧ୍ୟ ଆଲିୟାଙ୍କୁ ବହୁତ ଭଲ ପାଆନ୍ତି ।

arjun-jhanvi-khusi

 

  • ଅର୍ଜୁନ କପୁର, ଜାହ୍ନବୀ କପୁର ଏବଂ ଖୁସି କପୁର

ଅର୍ଜୁନ କପୁରଙ୍କ ବାପା ବୋନି କପୁର ବଲିଉଡ଼ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଭଲ ପାଇ ବିବାହ କରିବା ପରେ ଅର୍ଜୁନ ତାଙ୍କ ବାପାଙ୍କ ଠାରୁ ଦୂରତା ରଖିଥିଲେ । ଏହା ସହ ବୋନି କପୁର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଏବଂ ଖୁସି କପୁରଙ୍କ ସହ ମଧ୍ୟ ଅର୍ଜୁନଙ୍କର ଭଲ ପଡ଼େ ନାହିଁ ବୋଲି ଚର୍ଚ୍ଚା ଶୁଣିବାକୁ ମିଳେ।

Ahana-Deols

 

  • ସନ୍ନି ଏବଂ ବବି ଦେଓଲ୍ ଓ ଇଶା ଏବଂ ଆହାନା ଦେଓଲ

ବଲିଉଡ୍ ଅଭିନେତା ସନ୍ନି ଏବଂ ବବି ଦେଓଲଙ୍କ ସାବତ ଭଉଣୀ ହେଉଛନ୍ତି ଇଶା ଏବଂ ଆହାନା ଦେଓଲ । ଏମାନଙ୍କ ମାତା-ପିତାଙ୍କ ଝଗଡ଼ାକୁ କେନ୍ଦ୍ର କରି ଏମାନେ କେବେ ସାଥୀରେ ନଜର ଆସନ୍ତି ନାହିଁ ।

sahid-ishan

 

  • ସାହିଦ କପୁର ଏବଂ ଇଶାନ ଖଟ୍ଟର

ସାହିଦଙ୍କ ସାବତ ଭାଇଙ୍କ ନାମ ହେଲା ଇଶାନ ଖଟ୍ଟର । ଦୁହେଁ ସାବତ ଭାଇ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଗଭୀର ଭଲ ପାଇବା ରହିଛି । ଇଶାନ ସାହିଦଙ୍କଠାରୁ ସାନ ହୋଇଥିବାରୁ ସାହିଦ ସବୁବେଳେ ତାଙ୍କ ଯତ୍ନ ନେଇଥାନ୍ତି ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More