Only for Entertainment

କାନ୍ସ ରେଡ୍ କାର୍ପେଟରେ ବଲିଉଡ୍ ସୁନ୍ଦରୀଙ୍କ ଜଲୱା, ଡିଜାଇନର୍ ପୋଷାକରେ ଝଲସିଲା କଙ୍ଗନା ଓ ଦୀପିକାଙ୍କ ଲୁକ୍ସ

Republic TV
0 48

ଲୋକପ୍ରିୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍ କାନ୍ସ – ୨୦୧୮ ରେଡ୍ କାର୍ପେଟରେ ଦେଖିବାକୁ ମିଳିଛି ବଲିଉଡ୍ ସୁନ୍ଦରୀଙ୍କ ଜଲୱା । ଦୀପିକା ପାଦୁକୋଣ, କଙ୍ଗନା ରଣାୱତ, ହ୍ୟୁମା କ୍ୟୁରେସି ଏବଂ ମଲିକା ଶେରାୱତ, କାନ୍ସ ଫିଲ୍ମ ଫେଷ୍ଟିବାଲରେ ପ୍ରଥମ ଦିନ ରେଡ୍ କାର୍ପେଟରେ ଦେଖାଇଛନ୍ତି ନିଜ ଗ୍ଲାମରସ୍ ଅନ୍ଦାଜ ।

deepika

କାନ୍ସ ଇଂଟର୍ନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲ୍ ୨୦୧୮ ରେଡ୍ କାର୍ପେଟରେ ନିଜ ଗର୍ଜିଅସ୍ ଲୁକ ସହ ପହଁଚିଥିଲେ ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋଣ । ବଲିଉଡର ଏହି ସୁନ୍ଦରୀ କାନ୍ସର ପ୍ରଥମ ଦିନ ରେଡ୍ କାର୍ପେଟରେ ଡିଜାଇନର୍ ଜୁହୈର୍ ମୁରାଦଙ୍କ ଡିଜାଇନର୍ ପୋଷାକ ପିନ୍ଧି ରେଡ୍ କାର୍ପେଟରେ ଦେଖାଇଥିଲେ ନିଜ ଜଲୱା ।

dipika

ଏହା ପୂର୍ବରୁ ତିନୋଟି ଭିନ୍ନ ଭିନ୍ନ ଲୁକ୍ ଦେଖିବାକୁ ମିଳିଥିଲା ଦୀପିକାଙ୍କର । ହେଲେ ଏସବୁ ଭିତରେ ସବୁଠାରୁ ଆକର୍ଷଣୀୟ ହୋଇଥିଲା ଦୀପିକାଙ୍କ ରେଡ୍ କାର୍ପେଟ୍ ଲୁକ୍ ।

kangana

ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରଥମ ଥର ପାଇଁ ରେଡ୍ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ହୋଇଛନ୍ତି ସାମିଲ୍ । ଆଉ କଙ୍ଗନାଙ୍କ ପ୍ରଥମ ରେଡ୍ କାର୍ପେଟ ଝଲକ କିଛି କମ୍ ଜବରଦସ୍ତ ହୋଇନି । ଅଭିନେତ୍ରୀ କଙ୍ଗନା ମଧ୍ୟ ଡିଜାଇନର ଜୁହୈର୍ ମୁରାଦଙ୍କ ଡିଜାଇନର ପୋଷାକରେ ଆସିଥିଲେ ନଜର ।

huma-cannes-5

କେବଳ ଦୀପିକା ଓ କଙ୍ଗନାଙ୍କ ହିଁ ନୁହଁନ୍ତି ଅଭିନେତ୍ରୀ ହ୍ୟୁମା କ୍ୟୁରେସି ବି ନଜର ଆସିଥିଲେ ଏହି ଅବସରରେ ହ୍ୟୁମା, ନିଖିଲ୍ ଥାମ୍ପିଙ୍କ ଡିଜାଇନ୍ ଡ୍ରେସ୍ ପିନ୍ଧି ରେଡ୍ କାର୍ପେଟରେ ପହଁଚିଥିଲେ ।

Mallika Sherawat (2)_0

ସେହିପରି ଅଭିନେତ୍ରୀ ମଲ୍ଲିକା ଶେରାୱତ ବି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜବରଦସ୍ତ ଏଂଟ୍ରି କରିଥିଲେ । ମେ’ ୮ ରୁ ଆରମ୍ଭ ହୋଇଥିବା ଆରମ୍ଭ ହୋଇଥିବା କାନ୍ସ ଫିଲ୍ମ ଫେଷ୍ଟିବାଲ୍ ୧୯ ମେ’ରେ ଶେଷ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More