ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ନିଧନରେ ବଲିଉଡ କଳାକାର ଦେଲେ ଏଭଳି ଶ୍ରଦ୍ଧାଂଜଳୀ !
ଗୋଆର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁରେ ବଲିଉଡରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଆସନ୍ତୁ ଜାଣିବା ମନୋହରଙ୍କ ବିୟୋଗରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୂମାରଙ୍କ ଯାଏଁ ବଲିଉଡ ତାରକାମାନେ କିଭଳି ଶୋକ ପ୍ରକାଶ କରିଛନ୍ତି ।
ଅମିତାଭ ବଚ୍ଚନ ନିଜର ଶୋକବାର୍ତ୍ତାରେ କହିଛନ୍ତି ଯେ ମନୋହର ପାରିକର ଜଣେ ମର୍ଯ୍ୟାଦାବନ୍ତ ଏବଂ ଭଦ୍ର ବ୍ୟକ୍ତି ଥିଲେ। ସେ ଅସୁସ୍ଥତାକୁ ମଧ୍ୟ ସାହସିକତାର ସହିତ ଲଢିଥିଲେ। ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର୍ ଲେଖିଛନ୍ତି ‘ମନୋହର ପାରିକରଙ୍କ ସହିତ ଆମର ବହୁତ ଭଲ ସଂପର୍କ ଥିଲା। ତାଙ୍କ ବିୟୋଗରେ ଦେଶର ବହୁତ କ୍ଷତି ହୋଇଛି। ସେ ଥିଲେ ଜଣେ ସତ୍ୟନିଷ୍ଠ ବ୍ୟକ୍ତି। ଈଶ୍ୱର ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ।’
Extremely sad at hearing about the demise of Sh. Manohar Parrikar Ji. I feel blessed to have had the fortune of meeting and knowing a sincere and good soul as he was. Heartfelt condolences to his family??
— Akshay Kumar (@akshaykumar) March 17, 2019
T 3122 – Manohar Parrikar CM of Goa, passes away .. a gentle , soft spoken simple minded person .. respected .. fought his illness with dignity and great spirit .. had on a few occasions spent some time with him .. a soft smile always adorned his face .. sad with the news .. ?? pic.twitter.com/vFTCeMMDxf
— Amitabh Bachchan (@SrBachchan) March 17, 2019
Deeply saddened by the passing away of Shri #ManoharParrikar ji … one of the tallest leaders of India. Condolences to the family & loved ones.
— Riteish Deshmukh (@Riteishd) March 17, 2019
Goa ke Mukhya Mantri Manohar Parrikar ji ke nidhan ki vaarta sunkar mujhe bahut dukh hua,unke aur hamare bahut acche sambandh the.Unke jaane se hamare desh ki bahut haani hui hai,ek atyant saccha insaan aur neta desh ne kho diya hai. Ishwar unki aatma ko shanti pradan kare.
— Lata Mangeshkar (@mangeshkarlata) March 17, 2019
ସୁପରଷ୍ଟାର୍ ଅକ୍ଷୟକୁମାର ନିଜର ଶୋକ ବ୍ୟକ୍ତି କରି ଟ୍ଵିଟରରେ ଲେଖିଛନ୍ତି ମନୋହର ପାରିକର୍ଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ। ତାଙ୍କ ସହିତ ସାକ୍ଷାତ ଓ ଆଲୋଚନାର ସୌଭାଗ୍ୟ ମିଳିଥିଲା। ତାଙ୍କ ପରିବାରକୁ ମୁଁ ସାନ୍ତ୍ୱନା ଦେଉଛି।’ ଲୋକପ୍ରିୟ ରିତେଶ ଦେଶମୁଖ କହିଛନ୍ତି ‘ମନୋହର ପାରିକର ଦେଶର ଜଣେ ତୁଙ୍ଗ ନେତା ଥିଲେ। ତାଙ୍କ ବିୟୋଗରେ ମୁଁ ଦୁଃଖିତ।’