Only for Entertainment

ଜାଣନ୍ତୁ ବଲିଉଡର ଏଭଳି କିଛି ଯୋଡିଙ୍କ ବିଷୟରେ ଯେଉଁମାନେ ବିଚ୍ଛେଦ ହେବା ପରେ ବି ଏକାଠି

0 46

ବଲିଉଡରେ ଆଫେଆର୍,ଡେଟ୍ ଓ ବ୍ରେକଅପ୍ କୁ ନେଇ ଅନେକ ସମୟରେ ନାନା କଥା ଶୁଣିବାକୁ ମିଳେ । ହେଲେ ଏମିତି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନେ ବ୍ରେକଅପ୍ ପରେ ମଧ୍ୟ ପୂର୍ବ ପ୍ରେମିକ ବା ପ୍ରେମିକ ବା ସ୍ୱାମୀ -ସ୍ତ୍ରୀଙ୍କ ସହିତ ବନ୍ଧୁତ୍ୱ ରକ୍ଷା କରୁଛନ୍ତି ।

ranveer-anushka

ରଣବୀର ସିଂହ ଓ ଅନୁଷ୍କା ଶର୍ମା ଯେତେବେଳେ ‘ ବ୍ୟାଣ୍ଡ ବାଜା ବାରାତ୍ ’ ସିନେମାରେ ଏକାଠି କାମ କଲେ, ସେତେବେଳେ ଉଭୟଙ୍କର ଡେଟିଂ ଆରମ୍ଭ ହୋଇଥିଲା । ଏହାପରେ ସେ ଦୁହେଁ ‘ଲେଡିଜ୍ ଭର୍ସେସ୍ ଭିକି ବହଲ’ ଓ ‘ଦିଲ୍ ଧଡକନେ ଦୋ’ ରେ ଏକାଠି କାମ କରିଥିଲେ । କିନ୍ତୁ ଏହାପରେ ଉଭୟଙ୍କର ବ୍ରେକ୍ଅପ୍ ହୋଇଥିଲା । ରଣବୀର ଦୀପିକା ପାଦୁକୋନଙ୍କ ସହ ସଂପର୍କ ଯୋଡ଼ିଲେ ଏବଂ କ୍ରିକେଟର ବିରାଟ କୋହଲୀଙ୍କ ସହିତ ଆଫେଆର୍କୁ ନେଇ ଅନୁଷ୍କା ଚର୍ଚ୍ଚିତା ହେଲେ । କିନ୍ତୁ ଏବେ ବି ଏ ଦୁହେଁ ଭଲ ସାଙ୍ଗ ଭଳି ନିଜର ମନ କଥା ସେଆର୍ କରନ୍ତି ।

arbaj malaika
ବଲିଉଡର ଚର୍ଚ୍ଚିତ ପତି -ପତ୍ନୀ ଥିଲେ ଅରବାଜ୍ ଖାନ୍ ଓ ମଲ୍ଲାଇକା ଅରୋରା । ୧୮ ବର୍ଷର ବୈବାହିକ ସଂପର୍କକୁ ତୁଟାଇ ଉଭୟେ ପରସ୍ପରଠୁଁ ଅଲଗା ହୋଇଗଲେ । କିନ୍ତୁ ଏବେ ବି ସେ ଦୁହେଁ ଭଲ ବନ୍ଧୁ ଭଳି ମିଶୁଛନ୍ତି । ନିଜ ପୁଅ , ପରିବାର ଓ ସାଙ୍ଗମାନଙ୍କ ସହିତ ମିଶି ଅରବାଜ୍ ଓ ମଲ୍ଲାଇକା ଏବେ ବି ମଝିରେ ଛୁଟି ବିତାଉଛନ୍ତି ।

Hrithik-and-Ssussane
ଠିକ୍ ସେହିପରି ବଲିଉଡ୍ ଷ୍ଟାର୍ ରିତିକ୍ ରୋଶନ୍ ୨୦୧୪ରେ ପତ୍ନୀ ସୁଜାନେଙ୍କଠୁଁ ଛାଡ଼ପତ୍ର ପାଇବା ପରେ ବି ଉଭୟେ ଭଲ ସାଙ୍ଗ ଭଳି ଜୀବନ ବିତାଉଛନ୍ତି । ସେ ଦୁହେଁ ପିଲାମାନଙ୍କ ସହିତ ଏକାଠି ସମୟ ବିତାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More