Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ ଡ୍ରାମା ଫିଲ୍ମ ‘ହମ ଚାର୍’ର ପ୍ରଥମ ଟ୍ରେଲର !

26

ମୁକ୍ତିଲାଭ କଲା ଆଗାମୀ ବଲିଉଡ୍ ଡ୍ରାମା ଫିଲ୍ମ ହମ୍ ଚାର୍ ର ପ୍ରଥମ ଟ୍ରେଲର୍ । ରାଜଶ୍ରୀ ପ୍ରଡକ୍ସନରେ ଆଗରୁ ଦେଖିବାକୁ ମିଳିଛି ଅନେକ ପାରିବାରିକ କାହାଣୀ । ହମ୍ ଆପକେ ହୈ କୌନ୍, ହମ୍ ସାଥ ସାଥ ହୈ, ବିବାହ, ମେଁ ପ୍ରେମ କି ଦିୱାନୀ ହୁଁ । ଲଭ୍ ଷ୍ଟୋରୀ ଓ ଫ୍ୟାମିଲି ଡ୍ରାମାକୁ ନେଇ ସିନେମା ଅନେକ ସିନେମା ପ୍ରସ୍ତୁତ କରିଛି ରାଜଶ୍ରୀ ପ୍ରଡକ୍ସନ୍ । ଫ୍ରେଣ୍ଡସିପକୁ ଆଧାର କରି ସିନେମାର କାହାଣୀ ଗତିଶୀଳ ହୋଇଛି । ଟ୍ରେଲରରେ ପ୍ରଥମେ ଦେଖିବାକୁ ମିଳିଛି ମେରି ଦୋସ୍ତି ଗୀତ । ଆଉ ପରେ ଏହାକୁ ୨୦୧୯ର ଫ୍ରେଣ୍ଡସିପ୍ ସହ କରାଯାଇଛି ତୁଳନା ।

୪ ଜଣ ସାଙ୍ଗ କଲେଜ୍ରେ ପାଠ ପଢିବା ବେଳେ ହୁଅନ୍ତି ଏକାଠି ଆଉ କଲେଜ୍ ଶେଷ ହେବା ପରେ ହୋଇ ଯାଆନ୍ତି ଅଲଗା । କାହାର କାହା ସହ ନଥାଏ ସମ୍ପର୍କ । ମାତ୍ର ସମସ୍ତଙ୍କ ବିଷୟରେ ଥାଏ ଖବର । ସିନେମାଟି ଫ୍ରେଣ୍ଡସିପ୍ର ନୂଆ ଅର୍ଥ ବୁଝାଇବ । ଫିଲ୍ମର ଟ୍ୟାଗ୍ ଲାଇନ୍ ରହିଛି ଫ୍ରେଣ୍ଡସ୍ ଭି ଫ୍ୟାମିଲି ହୈ । ରାଜଶ୍ରୀ ପ୍ରଡକ୍ସନ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ସିନେମାରେ ୪ଜଣ ସାଙ୍ଗ ଭୂମିକାରେ ପ୍ରିତ୍, ସୀମରଣ, ଅଂଶୁମାନ୍ ଓ ତୁଷାରଙ୍କ ଅଭିନୟ ଦେଖିବାକୁ ମିଳିବ । ସୁରଜ ବଡଜାତିୟା ଏହି ସିନେମାର ପ୍ରଯୋଜନା କରିଥିବାବେଳେ, ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ଦେଇଛନ୍ତି ଅଭିଶେକ ଦିକ୍ଷୀତ୍ । ୧୫ ଫେବୃୟାରୀରେ ପରଦାକୁ ଆସିବ ଏହି ଫିଲ୍ମ ହମ୍ ଚାର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More