Only for Entertainment

ବଲିଉଡରେ ଜଲୱା ଦେଖାଇବେ କ୍ରିକେଟରଙ୍କ ପତ୍ନୀ ! କିଏ ଏବଂ କେଉଁ ସିନେମାରେ ନଜର ଆସିବେ ଜାଣିବା ପାଇଁ ପଢନ୍ତୁ ପୁରା ଖବର ।

kanaknews
0 57

ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସହ ବିବାଦ ପରେ ପତ୍ନୀ ହସିନ ଜାହାଁ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି। ହସିନ ପୂର୍ବରୁ ମଡେଲିଂ ଓ ଆଇପିଏଲ୍ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଚିୟର ଗାର୍ଲ ରହିସାରିଛନ୍ତି । ଏବେ ସେ ଅଭିନୟ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବେ ବୋଲି ଜଣାପଡ଼ିଛି । ମହମ୍ମଦ ସାମିଙ୍କ ପତ୍ନୀ ହସିନ ନିର୍ଦ୍ଦେଶକ ଅଜମଦ ଖାନ୍ଙ୍କ ଆଗାମୀ ଚଳଚିତ୍ର ‘ଫତଓ୍ଵା’ ପାଇଁ ସାଇନ୍ କରିଛନ୍ତି । ଏହି ଚଳଚିତ୍ରରେ ସେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ । ଏହି ଚଳଚିତ୍ରର ସୁଟିଂ ଚଳିତ ମାସ ଅକ୍ଟୋବରରୁ ଆରମ୍ଭ ହେବ ।

ଜାତୀୟ ଗଣମାଧ୍ୟମକୁ ହସିନ ଜାହାଁ କହିଛନ୍ତି, ମତେ ମୋ ପିଲାଙ୍କ ପାଇଁ କିଛି କରିବାକୁ ପଡ଼ିବ । ନ୍ୟାୟ ପାଇଁ ଆଇନର ଲଢାଇ ଲଢିବାକୁ ପଡିବ। ଏଥି ପାଇଁ ମଧ୍ୟ ପଇସା ଦରକାର । ମୋ ପାଖରେ ଅନ୍ୟ କୌଣସିି ଉପାୟ ନ ଥିଲା । ଯେତେବେଳେ ଏହି ଚଳଚିତ୍ର ପାଇଁ ନିର୍ଦ୍ଦେଶକ ମତେ ପ୍ରସ୍ତାବ ଦେଲେ ମୁଁ ଏଥିରେ ରାଜି ହୋଇଯାଇଥିଲି । ଅନ୍ୟ ପଟେ ନିର୍ଦ୍ଦେଶକ ଅଜମଦ ଖାନ୍ କହିଛନ୍ତି ବିବାଦ କାରଣରୁ ତାଙ୍କୁ ସିନେମାରେ ନିଆ ଯାଇନାହିଁ । ସିନେମାର କାହାଣୀ ଅନୁସାରେ ତାଙ୍କୁ ଚୟନ କରାଯାଇଛି । ସେ ଆଉ ମଧ୍ୟ କହିଛିନ୍ତି ‘ଏହି ଚଳଚିତ୍ର ଦଙ୍ଗା ଉପରେ ଆଧାରିତ, ଯାହାର ଆରମ୍ଭ ପଶ୍ଚିମ ବଙ୍ଗରୁ ଆରମ୍ଭ ହୋଇ ଧୀରେ ଧୀରେ ସାରା ଭାରତକୁ ବ୍ୟାପିଥିଲା । ଏହି ଚଳଚିତ୍ରରେ ଦୁଇଟି ମୁଖ୍ୟ ଭୂମିକା ଅଛି ଗୋଟିଏ ହିନ୍ଦୁ ଓ ଅନ୍ୟଟିି ମୁସଲିମ୍ ଅଟେ । ହସିନା ଜାହାଁ ଏଥିରେ ଜଣେ ସାମ୍ବାଦିକ ଭାବେ ନଜର ଆସିବେ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More