Only for Entertainment

ସଲମାନଙ୍କ ସହିତ କାମ କରିବାକୁ ଚାହାଁନ୍ତିନି ଏହି ୭ଟି ହିରୋଇନ ।

the indian express
0 63

ବଲିଉଡରେ ଖୁବ ନାମ କରିଥିବା ସୁପରଷ୍ଟାର ସଲମାନ ନିଜ ଦମରେ ସମସ୍ତ ଫିଲ୍ମକୁ ହିଟ କରନ୍ତି । କିନ୍ତୁ ଏତେ ସଫଳତା ପରେ ମଧ୍ୟ ଇଣ୍ଡଷ୍ଟ୍ରିରେ ଏଭଳି କିଛି ହିରୋଇନ ଅଛନ୍ତି ଯେଉଁମାନେ ଗୋଟିଏ ଫିଲ୍ମ କରିବା ପରେ ସଲମାନଙ୍କ ସହିତ ଦ୍ୱିତୀୟ ଥର ଦେଖାଯାଇ ନାହାଁନ୍ତି ଏବଂ ଆଉ କେତେକ ହିରୋଇନ କେବେ ମଧ୍ୟ ନଜର ଆସି ନାହାଁନ୍ତି ।

 


ପ୍ରଥମେ ଆଲୋଚନା କରିବା ୯୦ ଦଶକର ହିରୋଇନ ରବିନା ଟଣ୍ଡନଙ୍କ ବିଷୟରେ । ସଲମାନ ରବିନାଙ୍କ ସହିତ ଫିଲ୍ମ ‘ଅପନା ଅପନା ଅନ୍ଦାଜ’ରେ ନଜର ଆସିଥିଲେ ଏବଂ ସେଥିରେ ଅମୀର ଖାନ ମଧ୍ୟ ନଜର ଆସିଥିଲେ । କିନ୍ତୁ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ରବିନା ସଲମାନଙ୍କ ସହିତ ନଜର ଆସି ନାହାଁନ୍ତି ।

ହିରୋଇନ ଟ୍ୱିଙ୍କଲ ଖାନ୍ନା ଫିଲ୍ମ ‘ବରସାତ’ରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ୧୯୯୮ରେ ସେ ପ୍ରଥମ ଓ ଶେଷ ଥର ପାଇଁ ଫିଲ୍ମ ‘ଜବ ପ୍ୟାର କିସି ସେ ହୋତା ହୈ’ରେ ସଲମାନଙ୍କ ସହିତ ନଜର ଆସିଥିଲେ ।

ତବୁ ମଧ୍ୟ ଆଜି ପର୍ଯ୍ୟନ୍ତ ସଲମାନଙ୍କ ସହିତ ମୁଖ୍ୟ ଚରିତ୍ରରେ ନଜର ଆସି ନାହାଁନ୍ତି । ‘ହମ ସାଥ ସାଥ ହୈ’ରେ ସଲମାନ ତବୁ୍ଙ୍କ ଭାଉଜଙ୍କ ଚରିତ୍ରରେ ନଜର ଆସିଥିଲେ । ଏହାପରେ ‘ଜୟ ହିନ୍ଦ’ରେ ତବୁ ସଲମାନଙ୍କ ଭଉଣୀ ଚରିତ୍ରରେ ନଜର ଆସିଥିଲେ ।

ସଲମାନ ଜୁହିଙ୍କ ସହିତ ମଧ୍ୟ ନଜର ଆସି ନାହାଁନ୍ତି । କିନ୍ତୁ ଫିଲ୍ମ ‘ଦିୱାନା ମସ୍ତାନା’ରେ ସଲମାନ ଗେଷ୍ଟ ଭାବରେ ଆସିଥିଲେ । ଯେଉଁଥିରେ ଗୋବିନ୍ଦା,ଅନିଲ କପୁର ଏବଂ ଜୁହି ଚାୱଲା ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ତେବେ ଏକା ସାଙ୍ଗରେ ଦୁଇ ଜଣ କ୍ୟାରିଅର ଆରମ୍ଭ କରିଥିଲେ ମଧ୍ୟ ବଡ଼ ପରଦାରେ ଏକା ସାଙ୍ଗରେ ନଜର ଆସି ନାହାଁନ୍ତି ।

 


ଫିଲ୍ମ ଇଣ୍ଡଷ୍ଟିରେ ବିଦ୍ୟାଙ୍କର ୧୩ ବର୍ଷ ପୂରିଥିଲେ ମଧ୍ୟ ସେ ଆଜି ପର୍ଯ୍ୟନ୍ତ ସଲମାନଙ୍କ ସହିତ ନଜର ଆସି ନାହାଁନ୍ତି ।

 


ବଲିଉଡ କ୍ୱିନ କଙ୍ଗନା ରାଣାୱତ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଇଣ୍ଡଷ୍ଟ୍ରିରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ କଙ୍ଗନା ସଲମାନଙ୍କ ସହିତ କେବେ ମଧ୍ୟ ନଜର ଆସି ନାହାଁନ୍ତି ।

 


ଏହି ରେସରୁ ବାଦ ପଡ଼ି ନାହାଁନ୍ତି ବଲିଉଡର ଟପ ହିରୋଇନ ଦୀପିକା ପାଦୁକୋନ । ବଲିଉଡରେ ତାଙ୍କ ଫିସ ସବୁଠାରୁ ଅଧିକ । କିନ୍ତୁ ସେ ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ସଲମାନଙ୍କ ସହିତ ନଜର ଆସି ନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More