Only for Entertainment

ଜନ ଆବ୍ରାହମଙ୍କୁ ମିଳିଲା ‘ଏକ ଭିଲେନ’ର ଅଫର, ଫିଲ୍ମରୁ କଟିବ କି ସିଦ୍ଧାର୍ଥ ମଲହୋତ୍ରାଙ୍କ ସତ୍ତା ?

Latestly
45

୨୦୧୬ ପରେ ଅଭିନେତା ଜନ ଆବ୍ରାହମ ଫିଲ୍ମ ଦୁନିଆ ଠାରୁ ଏକ ପ୍ରକାର ଦୂରେଇ ଯାଇଥିଲେ । କିନ୍ତୁ ଦୁଇ ବର୍ଷ ପରେ ସେ ଫିଲ୍ମ ‘ସତ୍ୟମେବ ଜୟତେ’ ଜରିଆରେ ବଲିଉଡକୁ କମବ୍ୟାକ କରିଥିଲେ । ଫିଲ୍ମ ବକ୍ସ ଅଫିସରେ ହିଟ ମଧ୍ୟ ହୋଇଥିଲା । ଏହା ପରେ ସେ ଆଉ ପଛକୁ ଫେରି ନାହାଁନ୍ତି । ନିକଟରେ ରିଲିଜ ହୋଇଥିବା ଜନ ଆବ୍ରାହମଙ୍କ ଫିଲ୍ମ ‘ବାଟଲା ହାଉସ’ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବା ସହିତ ଭଲ ଆୟ ମଧ୍ୟ କରିବାରେ ସଫଳ ହୋଇଛି । ଏବେ ଜନଙ୍କୁ ନେଇ ଏକ ନବଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ମୋହିତ ସୁରୀ ଜନ ଆବ୍ରାହମଙ୍କୁ ‘ଏକ ଭିଲେନ ୨’ ର ଅଫର ଦେଇଛନ୍ତି । ବଲିଉଡ ହଙ୍ଗାମା ରିପୋର୍ଟ ଅନୁସାରେ ମୋହିତ ସୁରୀ ନିକଟରେ ଜନଙ୍କ ପାଖକୁ ଯାଇ ଏହି ଫିଲ୍ମର ଅଫର ଦେଇଛନ୍ତି । ଜନଙ୍କୁ ମଧ୍ୟ ଫିଲ୍ମର ସ୍କ୍ରିପ୍ଟ ଖୁବ ପସନ୍ଦ ଆସିଛି । କିନ୍ତୁ ଏହି ଫିଲ୍ମର ପେପର ୱାର୍କ ଏବେ ବାକି ରହିଛି । ଏହା ମଧ୍ୟ ଶୁଣିବାକୁ ମିଳିଛି ଯେ ଖୁବ ଶୀଘ୍ର ମୋହିତ ସୁରୀ ପୂରା ଷ୍ଟାର କାଷ୍ଟ ଫାଇନାଲ କରିବେ ।

ପୂରା ଷ୍ଟାରକାଷ୍ଟ ଫାଇନାଲ ହେବା ପରେ ମୋହିତ ସୁରୀ ଏହି ଫିଲ୍ମର ଘୋଷଣା କରିବେ । ଯଦି ସବୁ କିଛି ଠିକ ରୁହେ ତେବେ ଆଗାମୀ ବର୍ଷ ଫିଲ୍ମର ସୁଟିଂ ଆରମ୍ଭ ହେବ ।

ଫିଲ୍ମ ଏକ ଭିଲେନ ୨ ବିଷୟରେ କହିବାକୁ ଗଲେ, ୨୦୧୪ରେ ଆସିଥିବା ଫିଲ୍ମ ଏକ ଭିଲେନର ଏହା ଅଫିସିଆଲ ସିକ୍ୱଲ । ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା, ରିତେଶ ଦେଶମୁଖ ଏବଂ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଫିଲ୍ମ ‘ଏକ ଭିଲେନ ୨’ରେ ଯଦି ଜନ ଆବ୍ରାହମ ନଜର ଆସିବେ ତେବେ ସିଦ୍ଧାର୍ଥ ଫିଲ୍ମରେ ରହିବେ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More