Only for Entertainment

ସାମ୍ନାକୁ ଆସିଲା ବଡ଼ଖବର । ପୁଲୱାମା ଆକ୍ରମଣକୁ ନେଇ ବିବାଦୀୟ ବୟାନ ଦେବା ପରେ କପିଲ ଶର୍ମା ଶୋ’ରୁ ବାହାରିଲେ ନବଜୋତ ସିଂ ସିଦ୍ଧୁ ।

times now hindi
248

ପୁଲୱାମା ଆକ୍ରମଣ ପରେ ରକ୍ତଚାଉଳ ଚୋବାଉଛନ୍ତି ଜନତା । କ୍ରୋଧ ସେତେବେଳେ ଅଧିକ ହୋଇଗଲା ଯେତେବେଳେ ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ନବଜୋତ ସିଂ ସିଦ୍ଧୁ । ଖବର ମୁତାବକ ବିବାଦୀୟ ମନ୍ତବ୍ୟ ପରେ ସିଦ୍ଧୁକୁ କପିଲ ଶର୍ମା ଶୋ’ରୁ ବାହାର କରିଦିଆଯାଇଛି । ତେବେ ଏହାକୁ ନେଇ ଖୁବଶୀଘ୍ର ଆନୁଷ୍ଠାନିକ ଘୋଷଣା କରାଯିବ ବୋଲି ମଧ୍ୟ କୁହାଯାଉଛି ।

ଏହି ଆକ୍ରମଣ ପରେ ସିଦ୍ଧୁ କହିଥିଲେଯେ ଆପଣ ଏହାର ଦୋଷ ସାରା ଦେଶ ବା ଜଣକୁୁ ଦେଇପାରିବେ ନାହିଁ । ତେବେ ପାକିସ୍ତାନ ସମର୍ଥନରେ କହୁଛନ୍ତି ବୋଲି ଲୋକ ଏହାକୁ ଗ୍ରହଣ କରିନେଲେ ଏବଂ କ୍ରୋଧିତ ହେବାରେ ଲାଗିଲେ । ସିଦ୍ଧୁଙ୍କ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହେଲା । ସିଦ୍ଧୁଙ୍କୁ ଶୋ’ରୁ ବାହାର କରିଦେବା ପାଇଁ ଲୋକମାନେ ଦାବି କଲେ । ଏହା ସହିତ ଯଦି ତାଙ୍କୁ ଶୋ’ରୁ ବାହାର କରାନଯାଏ ତେବେ ଶୋ’କୁ ବଏକଟ କରିବାର ଧମକ ଦେଲେ ଜନତା । ଲୋକଙ୍କର ତୀବ୍ର ପ୍ରତିକ୍ରିୟା ଦେଖି ସିଦ୍ଧୁଙ୍କୁ ଚ୍ୟାନେଲ ଶୋ’ରୁ ବାହାର କରି ଦେଇଛି ।

ଅନୁମାନ କରାଯାଉଛି କୌଣସି ନୂଆ ଜଜଙ୍କୁ ରିପ୍ଲେସ କରାଯିବ । ଏଥିପାଇଁ କେତେକ ନାମ ମଧ୍ୟ ସାମ୍ନାକୁ ଆସିଛି । ତେବେ ଯେପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ ଆମେ କନଫର୍ମ କରିପାରିବୁ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More