Only for Entertainment

ରିଲିଜ ହେଲା ଅପ୍କମିଙ୍ଗ ଫିଲ୍ମ ବାଗୀ-୩ର ଫାର୍ଷ୍ଟ ଲୁକ୍ !

26

ରିଲିଜ ହେଲା ଅପ୍କମିଙ୍ଗ ଫିଲ୍ମ ବାଗୀ-୩ର ଫାର୍ଷ୍ଟ ଲୁକ୍ । ଭୟାନକ ଅନ୍ଦାଜରେ ନଜର ଆସିଲେ ଫିଲ୍ମର ମୁଖ୍ୟ ଅଭିନେତା ଟାଇଗର ଶ୍ରଫ୍ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅହମଦ ଖାନ୍ । ବାଗୀ୨ର ସଫଳତା ପରେ ପୁଣି ଥରେ ପରଦାକୁ ଫେରୁଛି ‘ବାଗୀ୩’ । ଯାହାର ପୋଷ୍ଟର ଏବଂ ରିଲିଜ ତାରିଖ ସାମ୍ନାକୁ ଆସିଛି । ତେବେ ଏହି ଫିଲ୍ମ ପାଇଁ ସାରା ଅଲ୍ଲୀ ଖାନ ଙ୍କୁ ଆପ୍ରୋଚ କରାଯାଇଥିବା ଖବର ଶୁଣିବାକୁ ମିଳିଛି ।

୨୦୧୮ରେ ସାରା ଅଲ୍ଲୀ ଖାନଙ୍କ ବେଶ ଶୁଭ ସାବ୍ୟସ୍ତ ହୋଇଛି । ଚଳିତ ମାସ ରିଲିଜ ହୋଇଥିବା କେଦାରନାଥ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ସାରା ଅଲ୍ଲୀ ଖାନ । ସାରା ଏବେ ତାଙ୍କ ଆଗାମୀ ଫିଲ୍ମ ସିମ୍ବାର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ତାଙ୍କ ହାତକୁ ଆସିଛି ଆଉ ଏକ ଅଫର । ସୂଚନା ମୂତାବକ ସାଜିଦ ନାଡିୱାଡୱାଲାଙ୍କ ଆଗାମୀ ଚଳଚିତ୍ର ‘ବାଗୀ’ପାଇଁ ସାରାଙ୍କୁ ବଛା ଯାଇଛି । ସାରା ଏହି ଚଳଚିତ୍ରରେ ଟାଇଗରଙ୍କ ସହ ଅଭିନୟ କରିବେ ବୋଲି ଖବର ମିଳିଛି , ମାତ୍ର ଏହାର କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

ଅସଲରେ ସାରାଙ୍କୁ ସାଜିଦଙ୍କ ଅଫିସ ବାହାରେ ଦେଖିବାକୁ ମିଳିଥିଲା , ଏହି କାରଣରୁ ଅନୁମାନ ଲଗାଯାଉଛି ଯେ ସାରା ‘ବାଗୀ୩’ରେ ନଜର ଆସିପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More