Only for Entertainment

‘ରେସ-୩’କୁ ଟକ୍କର ଦେବ ମାହିରା ଖାନଙ୍କ ଏହି ଫିଲ୍ମ

DNA India
0 44

ନ୍ୟୁୟର୍କ ରାସ୍ତାରେ ରଣବୀର କପୁରଙ୍କ ସହିତ ସିଗାରେଟ ଟାଣି ବିବାଦରେ ଥିବା ପାକାସ୍ତାନୀ ଅଭିନେତ୍ରୀ ମାହିରା ଖାନଙ୍କ ଆଗାମୀ ଫିଲ୍ମର ଲୁକ ରିଲିଜ କରାଯାଇଛି । ମାହିରା ଖୁବ ଶୀଘ୍ର ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ନାମ ରହିଛି ‘ସାତ ଦିନ ମୋହବତ ଇନ’ ।

ଫିଲ୍ମରେ ତାଙ୍କର ଏହି ଲୁକକୁ ମାହିରା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି । ଏହି ପୋଷ୍ଟକୁ ଦେଖି ଜଣା ପଡୁଛି ଯେ ମାହିରା ଏହି ଫିଲ୍ମରେ ଏକ ଚୁଲବୁଲି ଝିଅ ଭୂମିକାରେ ନଜର ଆସିବେ । ମାହିରା ପୋଷ୍ଟ ଶେୟାର କରିବା ସହିତ ଫିଲ୍ମରେ ତାଙ୍କ ନାମର ମଧ୍ୟ ଖୁଲାସା କରିଛନ୍ତି । ଫିଲ୍ମରେ ତାଙ୍କ ନାମ ରହିଛି ‘ନୀଲୀ’ ।


ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ସହିତ ଫିଲ୍ମ ‘ରଇଜ’ରେ ଡେବ୍ୟୁ କରିଥିବା ମାହିରା କେବଳ ପାକିସ୍ତାନ ଫିଲ୍ମ ଦୁନିଆର ଜଣାଶୁଣା ଅଭିନେତ୍ରୀ ନୁହନ୍ତି ବରଂ ଭାରତରେ ମଧ୍ୟ ତାଙ୍କର ଜବରଦସ୍ତ ଫ୍ୟାନ ଫଲୋଇଙ୍ଗ ରହିଛି । ମାହିରାଙ୍କର ଏହି ଲୁକକୁ ଦେଖିବା ପରେ ତାଙ୍କ ଭାରତୀୟ ପ୍ରଶଂସକମାନେ ଫିଲ୍ମକୁ ଦେଖବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

ମାହିରାଙ୍କର ଏହି ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ । ଏହା ସହିତ ସଲମାନଙ୍କର ‘ରେସ-୩’ ମଧ୍ୟ ଇଦରେ ରିଲିଜ ହେବାକୁ ଯାଇଛି । ତେବେ ଦେଖିବାକୁ ବାକି ରହିଲା କେଉଁ ଫିଲ୍ମ ବାଜି ମାରୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More