Only for Entertainment

ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକରେ ତାଙ୍କ ପତ୍ନୀ ‘ଯଶୋଦାବେନ’ଙ୍କ ଭୂମିକାରେ ନଜର ଆସିବେ ଟିଭିର ଏହି ପପୁଲାର ଅଭିନେତ୍ରୀ !

38

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ’ପିଏମ ନରେନ୍ଦ୍ର ମୋଦି’ଙ୍କ ଫାର୍ଷ୍ଟ ଲୁକ ଜାରି କରାଯାଇଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଭୁମିକାରେ ନଜର ଆସିଥିଲେ ବିବେକ ଓବରୟ । ଏବେ ମିଡିଆ ରିପୋର୍ଟ ମୁତାବକ ପପୁଲାର ଟିଭି ଅଭିନେତ୍ରୀ ବରଖା ବିଷ୍ଟ, ପିଏମ ମୋଦିଙ୍କ ବାୟୋପିକରେ ତାଙ୍କ ପତ୍ନୀ ଯଶୋଦା ବେନଙ୍କ ଭୂମିକାରେ ନଜର ଆସିବେ । ତେବେ ଏହି ଫିଲ୍ମରେ ବିବେକ ଓବରୟଙ୍କ ସହ ବମନ ଈରାନୀ, ଜରୀନା ବହାବ ଏବଂ ମନୋଜ ଯୋଶୀଙ୍କ ଭଳି କଳାକାର ନଜର ଆସିଛନ୍ତି ।

ଏହା ପୂର୍ବରୁ ମଧ୍ୟ ବରଖା ରାମଲୀଲାରେ ନଜର ଆସିଥିଲେ । ବରଖା ନିଜେ କହିଛନ୍ତି ଯେ ଫିଲ୍ମରେ ତାଙ୍କ ଭୂମିକା ଛୋଟ ହୋଇଥିଲେ ବି ବଳିଷ୍ଟ ଭୂମିକା ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More