Only for Entertainment

ଫୁଲରେ ଲଦିଲେ ଅକ୍ଷୟଙ୍କ କଟଆଉଟ, ରଜନୀକାନ୍ତଙ୍କୁ ଗାଧୋଇଲେ କ୍ଷୀରରେ । କିଛି ଏଭଳି ପାଳିଲେ ୨.୦ଫିଲ୍ମ ରିଲିଜର ସେଲିବ୍ରେଶନ !

29

ରଜନୀକାନ୍ତଙ୍କ ଫିଲ୍ମ ତାରିଖକୁ ନେଇ ଅନେକ ପରିବର୍ତ୍ତନ ପରେ ଶେଷରେ ରିଲିଜ ହୋଇଯାଇଛି ଆଜି । ଯାହାକୁ ନେଇ ଫ୍ୟାନ୍ସଙ୍କ ମନରେ ଖୁସି ଦୁଇ ଗୁଣିତ ହୋଇଯାଇଛି । କାରଣ ଏହି ଫିଲ୍ମ ପାଇଁ ଅନେକ ଦିନରୁ ଫ୍ୟାନ୍ସମାନେ ଆଶାବାନ୍ଧୀ ବସିଥିଲେ । ତେବେ ଯାହାର ଅନ୍ତ ଆଜି ଘଟିଛି । ରିଲିଜ ହେଉ ହେଉ ଫିଲ୍ମକୁ ମିଳିଛି ଗୁଡ ରେସପନ୍ସ । ଯାହାର ନଜାରା ଦେଖିବାକୁ ମିଳିଛି ଚାରିଆଡେ ଏବଂ ଏହାସହ ଆଗକୁ ୧୨ଡିସେମ୍ବରରେ ୬୮ତମଜନ୍ମଦିନ ଆସୁଛି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କର । ଏବେ ଠାରୁ ହିଁ ତାଙ୍କ ଜନ୍ମଦିନ ମନାଇବାକୁ ଯାଇ ଫ୍ୟାନ୍ସ ୱେଲଫେୟାର ଆସୋସିଏସନ ତାଙ୍କର ୬୮ଫିଟ ଉଚ୍ଚତାର ଏକ କଟଆଉଟ ବନାଇଛନ୍ତି ।

ସେହିଭଳି ଦକ୍ଷିଣ ଭାରତରେ ଏବଂ ମୁମ୍ବାଇରେ ଫ୍ୟାନ୍ସମାନେ ପୂଜାପାଠ ସହ ବାଣ ମଧ୍ୟ ଫୁଟାଇଥିଲେ ।

ଅକ୍ଷୟଙ୍କ ଫ୍ୟାନ୍ସ ଓଡିଶାରେ ଏକ ବଡ କଟଆଉଟ ବନାଇଥିଲେ ।

ଏହିପରି ଚାରିଆଡେ ଏହି ଫିଲ୍ମ ପାଇଁ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ଲୋକମାନେ ଫିଲ୍ମ ଆରମ୍ଭ ହେଲାବେଳକୁ ଚେୟାରରେ ଚଢି ନାଚିଥିଲେ ତ କିଛି ଫ୍ୟାନ୍ସ ରଜନୀକାନ୍ତଙ୍କ କଟଆଉଟକୁ କ୍ଷୀରରେ ଗାଧୋଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More