Only for Entertainment

ବଲିଉଡ ଛାଡ଼ିବେ ବାଦଶାହ? ଦେଖନ୍ତୁ କ’ଣ କହୁଛନ୍ତି ଗାୟକ

kanaklifestyle
50

‘ଲଡ଼କୀ ବିୟୁଟିଫୁଲ କରେଗି ଚୁଲ’ ଏବଂ ‘ଡିଜେ ୱାଲେ ବାବୁ’ ଭଳି ହିଟ ଗୀତ ଗାଇଥିବା ଅଜିତ ପ୍ରତୀକ ସିଂ ବା ର୍ୟାପର ବାଦଶାହଙ୍କ କେ କଲୋର ଗୀତ ରିଲିଜ ହୋଇ ସାରିଛି । ଫ୍ୟାନ୍ସଙ୍କ ଦ୍ୱାରା ଏହି ଗୀତକୁ ଭଲ ରେସପନ୍ସ ମଧ୍ୟ ମିଳୁଛି । ଏପର୍ଯ୍ୟନ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବରେ ଏହାକୁ ୨,୪୬,୫୧୫ରୁ ଅଧିକ ଦେଖି ସାରିଲେଣି । ଦେଖିବା ମଧ୍ୟ ଜାରି ରହିଛି । କହିରଖୁଛୁ ବାଦଶାହ ଏହାର ହିନ୍ଦୀ ରିମିକ୍ସ ଭର୍ସନ ଗାଇଛନ୍ତି ।

ସବୁଠାରୁ ଖାସ କଥା ହେଉଛି ଇଂଟରଭ୍ୟୁରେ ଯେତେବେଳେ ତାଙ୍କୁ ଭୋଜପୁରୀ ଗୀତ ବିଷୟରେ ପ୍ରଶ୍ନ କରାଗଲା ସେ ଏହି ଇଣ୍ଡଷ୍ଟ୍ରିରେ ଗୀତ ଗାଇବାକୁ ଇଛା ରଖିଛନ୍ତି ବୋଲି କହିଲେ । ଏହା ସହିତ ସେ ଦୁଇଟି ଭୋଜପୁରୀ ଡାଏଲଗ କହିଲେ ଯାହା ତାଙ୍କ ମୁହଁରୁ ଶୁଣିବା ଖୁବ ଫନି ଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More