Only for Entertainment

ବଡ ରେକର୍ଡ କଲା ବାଦଶାହଙ୍କ ଗୀତ, ୟୁଟ୍ୟୁବରେ ପ୍ରଶଂସା ନମିଳିବାରୁ ରାଗିଲେ ରାପର !

126

ବଲିଉଡ ରାପର ବାଦଶାହଙ୍କ ନୂଆ ଗୀତ ‘ପାଗଲ’ ୟୁଟ୍ୟୁବରେ ବନାଇଛି ଏକ ନୂଆ ରେକର୍ଡ । ବାଦଶାହଙ୍କ ଗୀତ ପାଗଳକୁ ୟୁଟ୍ୟୁବରେ ୨୪ଘଂଟା ମଧ୍ୟରେ ୭.୫କୋଟି ଭ୍ୟୁ ମିଳିଛି, ଯାହା ହଲିଉଡ ଆର୍ଟିଷ୍ଟ ଟେଲର ସ୍ୱିଫ୍ଟ ମଧ୍ୟ ଆଜି ପର୍ଯ୍ୟନ୍ତ କରି ପାରିନାହାନ୍ତି । ଏହାସହ ବାଦଶାହ କୋରିୟାଇ ବୟ ବ୍ୟାଣ୍ଡ ବିଟିଏସ ଅପ୍ରେଲ ୨୦୧୯ ବନାଇଥିବା ରେକର୍ଡକୁ ଭାଙ୍ଗିଛନ୍ତି ।
ମଜାଦାର କଥା ହେଉଛି ଏଭଳି ରେକର୍ଡ ଭାଙ୍ଗି ବଡ ସଫଳତା ହାସିଲ କରିବା ପରେ ୟୁଟ୍ୟୁବ ଏବେ ପର୍ଯ୍ୟନ୍ତ ବାଦଶାହଙ୍କୁ କୌଣସି ଶୁଭେଚ୍ଛା ଦେଇନାହିଁ । ୟୁଟ୍ୟୁବ ନିଜ ପ୍ଲାଟଫର୍ମରେ ସବୁଠାରୁ ଭଲ ଗୀତଗୁଡିକୁ ଶୁଭେଚ୍ଛା ଜଣାଇଥିଲେ । ଏଥିରେ ଆରିୟାନା ଗ୍ରାଣ୍ଡେଙ୍କ ଗୀତ ଥ୍ୟାଙ୍କ ୟୁ ନେକ୍ସଟ, ବ୍ଲାକପିଙ୍କର ଗୀତ କିଲ ଦିସ ଲବ, ବିଟିଏସଙ୍କ ବୟ ୱିଦ ଲବ ଏବଂ ଏଭଳି କି ଟେଲର ସ୍ୱିଫ୍ଟଙ୍କ ଗୀତ ମଧ୍ୟ ସାମିଲ ରହିଛି ।

ସେହିଭଳି ଏହି ଗୀତର ରେକର୍ଡ ଭ୍ୟୁ’କୁ ନେଇ ନେଇ କଥା ଚାଲିଛି । ଟ୍ୱିଟରରେ ଏବଂ ତାଙ୍କ ବନ୍ଧୁ ପାଗଳ ଗୀତ ଭ୍ୟୁ’କୁ କିଣିଛନ୍ତି ବୋଲି । ସେହିଭଳି କିଛି ଜଣ ମାନିଛନ୍ତି ଯେ ବାଦଶାହ ଗୁଗଲ ବିଜ୍ଞାପନକୁ କିଣିଛନ୍ତି । ଧ୍ୟାନ ଦେବା କଥା ଏହା ଯେ ବଡ ବଡ ଆର୍ଟିଷ୍ଟ ନିଜ ଗୀତର ପ୍ରଚାର ପାଇଁ ବିଜ୍ଞାପନ କିଣିଛନ୍ତି । ଏହିକାରଣରୁ ଭିଡିଓ ମଝିରେ ଗୀତର ଛୋଟ କ୍ଲିପ ଦେଖିବାକୁ ମିଳିଥାଏ ।

ଏହି କ୍ଲିପକୁ ଦର୍ଶକ କିଛି ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ଦେଖିଥାଏ ତ ୟୁଟ୍ୟୁବ ଗୋଟିଏ ଭ୍ୟୁ ଗଣିଥାଏ । ଏହି ବିଜ୍ଞାପନର ପ୍ରକ୍ରିୟା ଟେଲର ସ୍ୱିଫ୍ଟ ଏବଂ ବ୍ଲାକପିଙ୍କ ମଧ୍ୟ ଆପଣେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More