Only for Entertainment

ଆନନ୍ଦ ଏଲ ରୟଙ୍କ ନୂଆ ପ୍ରୋଜେକ୍ଟରେ ଏକାଠି କାମ କରିବେ ସାରା-ସଲମାନ ଖାନ୍

kanaklifestyle
20

ବଲିଉଡ ଦବଙ୍ଗ ଖାନଙ୍କ ସହିତ କାମ କରିବାକୁ କିଏ ବା ନ ଚାହେଁ । ନିକଟରେ ଆଲିୟା ସଲମାନଙ୍କ ସହିତ ସଂଜୟ ଲୀଲା ଭଂସାଲୀଙ୍କ ଏକ ଫିଲ୍ମରେ କାମ କରିବାର ସୁଯୋଗ ପାଇଥଲେ, କିନ୍ତୁ କୌଣସି କାରଣରୁ ତାହା ହୋଇପାରିଲା ନାହିଁ । ତେବେ ଆଲିୟା ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଥିଲେ, କାରଣ ତାଙ୍କୁ ପ୍ରଥମ ଥର ସଲମାନଙ୍କ ସହିତ କାମ କରିବାର ସୁଯୋଗ ମିଳିଥାନ୍ତା । ତେବେ ଏବେ କଡ଼ିରେ ଯୋଡ଼ି ହୋଇ ଯାଇଛନ୍ତି ସୈଫ ଅଲି ଖାନଙ୍କ ଝିଅ ସାରା ଅଲି ଖାନ୍ । ଖବର ଅନୁସାରେ ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ଦବଙ୍ଗ ଖାନ ସଲମାନଙ୍କ ସହ କାମ କରିବେ ବୋଲି ଜଣା ପଡ଼ିଛି। ନିର୍ଦ୍ଦେଶକ ଆନନ୍ଦ ଏଲ୍ ରଏଙ୍କ ଫିଲ୍ମରେ ତାଙ୍କ ସଲମାନଙ୍କ ସହ କାମ କରିବାର ସୁଯୋଗ ମିଳିଥିବା ନେଇ ସୂଚନା ମିଳିଛି। ତେବେ ଫିଲ୍ମର ନାଁ କ’ଣ ରହିବ, ତାହା ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।

 

ସୂଚନା ମୁତାବକ, ନିର୍ଦ୍ଦେଶକ ଆନନ୍ଦ ଏଲ ରଏ ସଲମାନଙ୍କୁ ନେଇ ଏକ ଫିଲ୍ମ ତିଆରି କରିବେ ବୋଲି ଚିନ୍ତା କରିଥିବା ବେଳେ ସଲମାନଙ୍କ ସହ କେଉଁ ଅଭିନେତ୍ରୀଙ୍କୁ ନେବେ, ସେ ନେଇ ଅଭିନେତ୍ରୀଙ୍କୁ ବାଛିବା ଆରମ୍ଭ କରିଛନ୍ତି। ଏ ମଧ୍ୟରେ ଶୁକ୍ରବାର ସାରା ଆନନ୍ଦଙ୍କୁ ଦେଖା କରିବ‌େ ପାଇଁ ପହଞ୍ଚିଥିବା ବେଳେ ସଲମାନଙ୍କ ସହ ସାରାଙ୍କୁ କାମ କରିବାର ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। କିନ୍ତୁ ସତରେ ସେ ସଲମାନଙ୍କ ସହ କାମ କରିବେ କି ନାହିଁ, ଏ ନେଇ ଆନନ୍ଦ କୌଣସି ଘୋଷଣା କରି ନାହାନ୍ତି। ଏହା ସହ ଫିଲ୍ମର କାହାଣୀ କ’ଣ ରହିବ ଓ ଏହାର ପ୍ରଯୋଜନା ଦାୟିତ୍ବ କିଏ ନେବେ? ତାହା ମଧ୍ୟ ଜଣା ପଡ଼ି ନାହିଁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More