Only for Entertainment

ବାଧକ ସାଜିଲା ବର୍ଷା, ଗାଡି ଛାଡି ସାଇକେଲରେ ସୁଟିଂ ସେଟ ପହଁଚିଲେ ସଲମାନ ଖାନ

zee news
41

ମୁମ୍ବାଇରେ ଗତ କିଛି ଦିନ ହେବ ଖୁବ ବର୍ଷା ହେବାରେ ଲାଗିଛି । କେତେକ ଅଂଚଳ ପୂରା ଜଳମଗ୍ନ ହୋଇପଡିଛି । ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡିଛି । ବର୍ଷା ସହିତ ଟ୍ରାଫିକକୁ ନେଇ ଲୋକେ ଖୁବ ସମସ୍ୟାରେ ଥିବା ବେଳେ ଦବଙ୍ଗ ଖାନ ସଲମାନ ଖାନ ଲଗଜରୀ ଗାଡି ଛାଡି ସାଇକେଲରେ ନିଜର ଆଗାମୀ ଫିଲ୍ମ ‘ଦବଙ୍ଗ ୩’ର ସୁଟିଂ ସେଟରେ ପହଁଚିଛନ୍ତି ।

ସଲମାନ ଖାନ ସାଇକେଲ ନେଇ ସୁଟିଂ ସେଟକୁ ଯାଉଥିବାର ଭିଡଓ ଖୋଦ ସଲମାନ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହାର କ୍ୟାପସନରେ ସଲମାନ ଲେଖିଥିଲେ, ‘ବର୍ଷାରେ ପୂରା ମୁମ୍ବାଇ ସହର…ଦବଙ୍ଗ ୩ ଲୋକେସନକୁ ସୁଟିଂ ପାଇଁ ଯାଉଥିବା ସମୟରେ ।’ ସାଇକେଲରେ ଯାଉଥିବା ସମୟରେ ସଲମାନ ଫ୍ୟାନ୍ସଙ୍କ ସହିତ ସେଲ୍ଫି ନେଉଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

କହିରଖୁଛୁ ଯେ, ଗୋଟିଏ ଦିନ ପୂର୍ବରୁ ହିଁ ସଲମାନ ଆଇଫା ଆୱାର୍ଡର ପ୍ରେସ କନଫେରେନ୍ସରେ କହିଥିଲେ, ରାଜସ୍ଥାନରେ ବର୍ଷା ପାଇଁ ତାଙ୍କୁ ସୁଟିଂ ଲୋକେସନରେ ପହଁଚିବା ପାଇଁ ୬ ଘଣ୍ଟା ଲାଗିଥିଲା । ବୋଧହୁଏ ସେଥିପାଇଁ ସଲମାନ କୌଣସି ରିସ୍କ ନେବା ପାଇଁ ଚାହୁଁନାହାଁନ୍ତି । କିପରି ଲାଗିଲା ସଲମାନଙ୍କ ଏହି ଆଇଡିଆ କମେଣ୍ଟରେ ସେୟାର କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More