Only for Entertainment

ଆଜି ଶପଥ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସମାରୋହରେ ସାମିଲ ହେବେ ଅନେକ ବଲିଉଡ ଷ୍ଟାର୍ସ

bollywood tadka
29

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ୩୦ ମଇ ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି ଏବଂ ତାଙ୍କର କ୍ୟାବିନେଟ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏହି ସମାରୋହରେ ପାଖାପାଖି ୬୦୦୦ ଲୋକ ସାମିଲ ହେବେ ବୋଲି ଆଶା କରାଯାଉଛି । ଏହି ଶପଥ ଗ୍ରହଣ ଉତ୍ସବରେ ବଲିଉଡ ସେଲିବ୍ରିଟି ମଧ୍ୟ ସାମିଲ ହେବେ । ବିଜେପି ଏବଂ ପିଏମ ନରେନ୍ଦ୍ର ମୋଦିଙ୍କ ବିଜୟରେ ଖୁସି ହୋଇ ଅବିନେତା ଋଷି କପୁର, ଅକ୍ଷୟ କୁମାର, ସଲମାନ ଖାନ, ପରେଶ ରାୱଲ ଏବଂ ଅନୁପମ ଖେରଙ୍କ ପରି ସେଲିବ୍ରିଟି ଶୁଭେଚ୍ଛା ଜଣାଇଥିଲେ ।

ଏବେ ଖବର ଶୁଣିବାକୁ ମିଳୁଛି ଯେ, ବଲିଉଡର କିଛି ବଡ ଷ୍ଟାର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ । ମିଡିଆ ରିପୋର୍ଟ ଅନୁସାରେ ଶାହରୁକ ଖାନ, କରଣ ଜୋହର, ସଂଜୟ ଲୀଲା ଭଂସାଲୀ, କଙ୍ଗନା ରଣାୱତ, ରଜନୀକାନ୍ତ ଏବଂ କମଲ ହସନହ୍କ ପରି କଳାକାର ସାମିଲ ହୋଇପାରନ୍ତି ।

kangana

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଅନେକ ଷ୍ଟାର୍ସ ମୁମ୍ବାଇରୁ ଦିଲ୍ଲୀ ପହଁଚିଛନ୍ତି । ବିବେକ ଓବରଏ, ବୋମନ ଇରାନୀ, ଅନୁପମ ଖେର, ହେମା ମାଳିନୀ, କଙ୍ଗନା ଏବଂ ଅନୀଲ କପୁର ଦିଲ୍ଲୀରେ ପହଁଚି ସାରିଛନ୍ତି ।

ଏହା ବ୍ୟତିତ ପିଏମ ମୋଦିଙ୍କର ସ୍ପୋଟ୍ସ ସେଲିବ୍ରିଟିଙ୍କ ସହିତ ମଧ୍ୟ ଭଲ ରିଲେସନ ରହିଛି । ଏଥିରୁ ଅନ୍ଦାଜ ଲଗାଯାଇପାରେ ଯେ ଏହି ସମାରୋହରେ କିଛି ସ୍ପୋଟ୍ସ ସେଲିବ୍ରିଟି ମଧ୍ୟ ସାମିଲ ହୋଇପାରନ୍ତି । ଏହା ସହିକ କିଛି ବିଜନେସ ପର୍ସନ ମଧ୍ୟ ସାମିଲ ହୋଇପାରନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More