Only for Entertainment

ଟ୍ୱିଟର ଆରମ୍ଭ କଲା ‘ସ୍ୱଚ୍ଛତା ଅଭିଯାନ’, ଅମିତାଭଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ପର୍ଯ୍ୟନ୍ତ ଅନେକ ଷ୍ଟାରର୍ସଙ୍କର କମିଲା ଫଲୋୟର୍ସ ।

DNA India
0 44

ସୋସିଆଲ ନେଟୱାକିଂ ସାଇଟ ଟ୍ୱିଟରରୁ ଅନେକ ସେଲିବ୍ରିଟିଙ୍କର ହଠାତ ଲକ୍ଷାଧିକ ଫଲୋୟର୍ସ କମ ହୋଇଯାଇଛି । ଏଥିମଧ୍ୟରୁ ଅନେକ ବଲିଉଡ କଳାକାରଙ୍କର ମଧ୍ୟ ଫଲୋୟର୍ସ କମ ହୋଇଯାଇଛନ୍ତି । ଆପଣ ତ ଜାଣିଥିବେ ବଲିଉଡ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ନିଜ ଫଲୋୟର୍ସଙ୍କୁ ନେଇ କେତେ ଇନ୍ସିକ୍ୟୋର । ଫଲୋୟର୍ସ କମ ହେବାମାତ୍ରେ ସେ ସିଧା ସିଧା କମ୍ପାନୀକୁ ଧମକ ଦେଇଥାନ୍ତି । ଏବେ ଗୋଟିଏ ଦିନରେ ତାଙ୍କର ୪ ଲକ୍ଷ ୨୪ ହଜାର ଫଲୋୟର୍ସ କମ ହୋଇଯାଇଛନ୍ତି ।

ତେବେ ଏହା କେବଳ ଅମିତାଭଙ୍କ ସହିତ ହୋଇନାହିଁ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହିତ ହୋଇଛି । ଅମିର ଖାନ, ଶାହରୁଖ ଖାନ ଏବଂ ସଲମାନ ଖାନଙ୍କର ପାଖାପାଖି ୩ ଲତ୍ର ଫଲୋୟର୍ସ କମ ହୋଇଯାଇଛି । ଏହି ତାଲିକାରେ ପ୍ରୟଙ୍କା ଚୋପ୍ରା, ଦୀପିକା ପାଦୁକୋନ ଏବଂ ଅକ୍ଷୟ କୁମାରଙ୍କ ନାମ ମଧ୍ୟ ସାମିଲ ରହିଛି ।

ପ୍ରିୟଙ୍କାଙ୍କର ୩୫୪,୮୩୦ ଫଲୋୟର୍ସ କମ ହୋଇଥିବା ବେଳେ ଦୀପିକାଙ୍କର ୨୮୮,୨୯୮ ଫଲୋୟର୍ସ କମ ହୋଇଯାଇଛନ୍ତି । ଏହାକୁ ନେଇ ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତା ମଧ୍ୟ ଟୁଇଟ କରି ଫଲୋୟର୍ସ କମ ହୋଇଥିବା କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More