Only for Entertainment

ମୁମ୍ବାଇ ବ୍ରିଜ ଦୁର୍ଘଟଣାରେ ଦୁଃଖ ଜଣାଇ ଟ୍ୱିଟ କଲେ ବଲିଉଡ ଷ୍ଟାର ।

www.jagran.com
22

ଛତ୍ରପତି ଶିବାଜୀ ଟର୍ମିନସ ନିକଟରେ ଗୁରୁବାର ସଂଧ୍ୟାରେ ଦୁଃଖଦ ଦୁର୍ଘଟଣା ଘଟିଛି । ଏଥିରେ ସିଏସଟି ରେଲୱେ ଷ୍ଟେସନ ଉପରେ ଯାଉଥିବା ଏକ ଏକ ଫୁଟ ଓଭରବ୍ରିଜ ଭାଙ୍ଗି ଯାଇଛି । ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୩ଜଣ ଆଘାତ ପାଇଛନ୍ତି । ଏହି ମଧ୍ୟରେ ବଲିଉଡ ଷ୍ଟାର ଦୁର୍ଘଟଣାକୁ ନେଇ ଦୁଃଖରେ ଟ୍ୱିଟ କରିଛନ୍ତି ।

ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଦୁଃଖ ପ୍ରକାଶ କରି ଲେଖିଛନ୍ତି ମୁଁ ମୁମ୍ବାଇ ସହର ପାଇଁ ଦୁଃଖରେ ଅଛି ଏବଂ ପ୍ରାର୍ଥନା କରୁଛି ।

ଆକ୍ଟର ରିତେଶ ଦେଶମୁଖ ମଧ୍ୟ ଦୁଃଖ ପ୍ରକାଶ କରି ଟ୍ୱିଟ କରିଛନ୍ତି ଏକ ଭୟାନକ ଟ୍ରାଜେଡି । ଦୁର୍ଘଟଣାରେ ଜୀବନ ହରାଇଥିବା ଲୋକଙ୍କ ବିଷୟରେ ଜାଣି ଦୁଖ ଲାଗୁଛି । ଆହତ ବ୍ୟକ୍ତି ଏବଂ ତାଙ୍କ ପରବାରଙ୍କ ପାଇଁ ମୋର ସମ୍ବେଦନା ।

ଏହା ସହିତ ହେମା ମାଳିନୀ ଏବଂ ବିବେକ ଓବରୟ ମଧ୍ୟ ଦୁଃଖ ପ୍ରକାଶ କରି ଟ୍ୱିଟ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More