Only for Entertainment

ହିରୋ ହୋଇନଥିଲେ ଆଜି ଇଂଜିନିୟର ହେଇଥାନ୍ତେ ଏହି ଧୋନି ।

news18
36

କାଇ ପୋ ଚେ, ଶୁଦ୍ଧ ଦେଶୀ ରୋମାନ୍ସ ଏବଂ ଏମଏସ ଧୋନି ଭଳି ହିଟ ଫିଲ୍ମ ଦେବା ପରେ ସୁଶାନ୍ତ ସିଂ ରାଜପୂତ ଫିଲ୍ମ କେଦାରନାଥ ମାଧ୍ୟମରେ ପୁଣିଥରେ ସମସ୍ତଙ୍କ ହୃଦୟକୁ ଜିତିନେଲେ । ଆଜି ଅର୍ଥାତ ୨୧ ଜାନୁୟାରୀକୁ ଜନ୍ମ ନେଇଥିବା ସୁଶାନ୍ତ ସିଂ ଥିଏଟର ମଂଚରୁ ଅଭିନୟ ଆରମ୍ଭ କରିଥିଲେ । କିନ୍ତୁ ପବିତ୍ର ରିସ୍ତା ମେଗା ଧାରାବହିକ ପରେ ସେ ଲୋକଲୋଚନକୁ ଆସିଥିଲେ ଏବଂ ଭାରତର ପ୍ରତି ଘରେ ଘରେ ପରିଚିତ ହୋଇଥିଲେ । କିନ୍ତୁ ବାଲାଜୀ ଏଂଟରଟେନମେଂଟ ଏକ ପ୍ଲେ ଦ୍ୱାରା ତାଙ୍କ ଟ୍ୟାଲେଂଟକୁ ଚିହ୍ନି ଦେଇଥିଲା ଏବଂ ‘କିସ ଦେଶ ମେ ହୈ ମେରା ଦିଲ’ ପାଇଁ ସାଇନ କରି ନେଇଥିଲା । ସୁଶାନ୍ତଙ୍କ ଚରିତ୍ର ଶୋ’ରେ ଖୁବଶୀଘ୍ର ଶେଷ ହୋଇ ଯାଇଥିଲା । କିନ୍ତୁ ଦର୍ଶକଙ୍କ ଭାରି ଡିମାଣ୍ଡ ପରେ ପୁଣିଥରେ ତାଙ୍କୁ ଶୋ’କୁ ଅଣା ଯାଇଥିଲା ।

ସୁଶାନ୍ତ କେବଳ ଅଭିନୟରେ ନୁହେଁ ବରଂ ପଢାଲେଖାରେ ମଧ୍ୟ ହିରୋ । ଏଆଇଇଇଇ ପରୀକ୍ଷାରେ ସେ ସାରା ଦେଶରେ ସପ୍ତମ ସ୍ଥାନ ହାସଲ କରିଥିଲେ । ଏହାପରେ ସେ ମେକାନିକାଲ ଇଂଜିନିୟରିଙ୍ଗରେ ଆଡମିଶନ ନେଇଥିଲେ । ୪ ବର୍ଷ ପଢିବା ପରେ ସେ ଅଭିନୟ କୋର୍ସ କରିବା ପାଇଁ ପଢା ଅଧାରୁ ଛାଡ଼ିଦେଲେ । ସୁଶାନ୍ତଙ୍କୁ ଗାଡ଼ି ଖୁବ ପସନ୍ଦ । ଅଭିନୟକୁ ଆସିବା ପରେ ମହଙ୍ଗା ଗାଡ଼ି କିଣିବାର ସ୍ୱପ୍ନ ତାଙ୍କର ପୂରଣ ହୋଇଗଲା । କିନ୍ତୁ ତାଙ୍କ ସ୍ୱପ୍ନ ସୋତବେଳେ ପୂରଣ ହେଲା ଯେତେବେଳେ ସେ ମସେରେଟି କିଣିଲେ ଏବଂ ଏହାର ଫଟୋକୁ ସୋସିଆଲ ମିଡିଆରେ ଶେୟାର କଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More