ପୂର୍ବ ମ୍ୟାନେଜରଙ୍କ ନାମରେ କେସ ଫାଇଲ କଲେ ଜରିନ ଖାନ ।
ବଲିଉଡ ଅଭିନେତ୍ରୀ ଜରିନ ଖାନ ତାଙ୍କ ପୂର୍ବ ମ୍ୟାନେଜର ଅଂଜଳିଙ୍କ ନାମରେ ଗୁରୁବାରକୁ ଖରାପ ବ୍ୟବହାର ଏବଂ ଟଙ୍କାକୁ ନେଇ ଧମକ ଦେଇଥିବା କାରଣରୁ ଏକ କେସ ଫାଇଲ କରିଛନ୍ତି ।
ଜରିନ ତାଙ୍କ ଓକିଲଙ୍କ ସହିତ ଯାଇ ମୁମ୍ବାଇର ଖାନ ପୋଲିସ ଷ୍ଟେସନରେ ଏଫଆଇଆର ରେଜିଷ୍ଟର କରିଛନ୍ତି ।ଇଣ୍ଡିଆନ ପେନାଲ କୋଡ଼ର ଧାରା ୫୦୯ ଅନୁସାରେ ଏହି ମାମଲା ରୁଜୁ ହୋଇଛି ।
ପୋଲିସର କହିବା ଅନୁସାରେ ମ୍ୟାନେଜର ଅଂଜଳି ଜରିନ ଖାନଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି ।ବିଶେଷ କରି ଏହା ଟଙ୍କାକୁ ନେଇ ହୋଇଛି ।କେବଳ ସେତିକି ନୁହେଁ ଅଂଜଳି ଜରିନଙ୍କ ମୋବାଇଲକୁ ଆପତ୍ତିଜନକ ମେସେଜ ମଧ୍ୟ ପଠାଇଥିଲେ ।