Only for Entertainment

ମୋଦିଙ୍କ ବାୟୋପିକ୍‌ ରିଲିଜ୍‌ ନ କରିବା ପାଇଁ ଆବେଦନ ଉପରେ ଏହି ଦିନ ଶୁଣାଣି କରିବ ବମ୍ବେ ହାଇକୋର୍ଟ

you tube
28

ପ୍ରଧାନମନ୍ତ୍ରୀଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ପିଏମ୍‌ ନରେନ୍ଦ୍ର ମୋଦିର ରିଲିଜ୍‌ ତାରିଖ ଘୋଷଣା କରାଯିବା ପରେ ବିରୋଧି ଦଳ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚେଷ୍ଟା ଜାରି ରଖିଛି । ଏହାର ରିଲିଜ୍‌କୁ ବନ୍ଦ କରିବାକୁ ନେଇ ବମ୍ବେ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ମାର୍ଚ୍ଚ ୨୯ରେ ଏ ନେଇ ଶୁଣାଣି କରାଯିବ ବୋଲି ଜଣାପଡ଼ିଛି ।

ଫିଲ୍ମଟି ନିର୍ବାଚନର ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଛି ବୋଲି କିଛି ଦିନ ତଳେ କଂଗ୍ରେସ ନିର୍ବାଚନ କମିସନ ଆଗରେ ଅଭିଯୋଗ କରିଥିଲା। ଏହା ସହ ମହାରାଷ୍ଟ୍ରର ନବନିର୍ମାଣ ସଂଘର ସଦସ୍ୟମାନେ ମଧ୍ୟ ଏ ନେଇ ଆପତ୍ତି ଉଠାଇଥିଲେ । ଫିଲ୍ମଟି ମହାରାଷ୍ଟ୍ରରେ ରିଲିଜ୍‌ କରାଇଦେବୁ ନାହିଁ ବୋଲି ଆନ୍ଦୋଳନ କରିଥିଲେ । ତେବେ ଫିଲ୍ମଟି ନିର୍ଦ୍ଧାରିତ ତାରିଖରେ ରିଲିଜ୍‌ ହେଉଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More