Only for Entertainment

ମଲାଇକା ଏବଂ ଅର୍ଜୁନଙ୍କ ବିବାହକୁ ନେଇ ନୀରବତା ଭାଙ୍ଗିଲେ ବୋନି କପୁର ।

bollywood tadka
39

ବଲିଉଡ ଅଭିନେତ୍ରୀ ବା ଅରବାଜଙ୍କ ଏକ୍ସ ୱାଇଫ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଏବେ ଅଫେୟରକୁ ନେଇ ଚର୍ଚ୍ଚାର ବିଷୟ ସାଜିଛନ୍ତି । ଦୁଇଜଣଙ୍କୁ ନେଇ ବିଭିନ୍ନ ସମୟରେ କିଛି ଅପଡେଟ ଆସୁଥିବାର ଦେଖିବାକୁ ମିଳିଛି । ଅଧିକାଂଶ ସମୟରେ ଦୁଇଜଣଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନିକଟରେ ଖବର ଆସିଛିଯେ ଦୁଇଜଣ ୧୯ ଅପ୍ରେଲକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ଏହି ମଧ୍ୟରେ ସାମ୍ନାକୁ ଆସିଛି ଅର୍ଜୁନଙ୍କ ବାପା ବୋନିଙ୍କ ମନ୍ତବ୍ୟ । ତାଙ୍କ କହିବା ଅନୁସାରେ ଏହା ଏକ ଉଡ଼ା ଖବର ।

ବୋନିଙ୍କ କହିବ ମୁତାବକ ଏହା ସତ ନୁହେଁ । ଅନ୍ୟ ପକ୍ଷରେ କପୁର ପରିବାରର ଜଣେ ସଦସ୍ୟଙ୍କ କହିବା ଅନୁସାରେ ଏଭଳି ହୋଇଥିଲେ ଆମେ ଜାଣିଥାନ୍ତୁ । କିନ୍ତୁ ନିଜ ଜୀବନ ବିଷୟରେ ନିଷ୍ପତ୍ତି ନେବାର ଅଧିକାର ତାଙ୍କର ଅଛି । ତେଣୁ ଅର୍ଜୁନଙ୍କୁ ସେଥିପାଇଁ ସ୍ପେସ ଛାଡ଼ିଦେବା ଉଚିତ । ଯେତେବେଳେ ଆମକୁ ଏହି ବିଷୟରେ କୁହାଯିବ ନିହାତି ଭାବରେ ଆମେ ଖୁସିରେ ଖୁସିରେ ସାମିଲ ହେବୁ । ସେପର୍ଯ୍ୟନ୍ତ ସେମାନଙ୍କୁ ଏକା ଛାଡି ଦିଅନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More