Only for Entertainment

ବୋନି କପୂର କହିଲେ କିଭଳି ସୁଟ ହୋଇଥିଲା ଶ୍ରୀଦେବୀଙ୍କ ପପୁଲାର ଗୀତ ‘କାଟେ ନେହି କଟତେ’ !

50

ଲୋକମାନଙ୍କୁ ଲମ୍ବା ସମୟ ଧରି ନିଜ ଦମଦାର ଭୂମିକାରେ ଦିୱାନା କରି ରଖିଥିବା ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛନ୍ତି । ଶ୍ରୀ ଦେବୀ ନିଜର ଫିଲ୍ମ କ୍ୟାରିଅରରେ ଅନେକ ହିଟ ଫିଲ୍ମ ଏବଂ ଗୀତ ଦେଇଛନ୍ତି । ତାଙ୍କର ଗୀତରେ ଏଭଳି ଶକ୍ତି ଥିଲା ଯାହା ଲୋକଙ୍କୁ ମତୁଆଲା କରିପକାଉଥିଲା । କିନ୍ତୁ ମିଷ୍ଟର ଇଣ୍ଡିଆ ଫିଲ୍ମର ‘କାଟେ ନେହି କଟତେ…’ଏଭଳି ଏକ ଗୀତ ଯାହା ଶ୍ରୀଦେବୀ ଲୋକଙ୍କ ମନରୁ ଭୂଲିବାକୁ ଦେବେନାହିଁ । ଏହିଗୀତ ସୁଟ କରିବା ପୂର୍ବରୁ ବୋନି କପୂର ଶେଖର କପୂରଙ୍କୁ ଖାସ କଥା କହିଥିଲେ । ଯାହା ବୋନି ନିଜେ ଶେୟାର କରିଛନ୍ତି ।

ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୂର ୧୯୮୭ରେ ରିଲିଜ ହୋଇଥିବା ମିଷ୍ଟର ଇଣ୍ଡିଆ ଉପରେ ବାର୍ତ୍ତାଳାପରେ କହିଛନ୍ତି ଯେ ଗୀତ ସୁଟ କରିବା ପୂର୍ବରୁ ସେ ଶେଖରଙ୍କୁ ଗୋଟେ କଥା କହିଥିଲେ । ସେ ଗୀତକୁ ନେଇ ସମ୍ପୂଣ୍ଣ ପ୍ଲାନ କରିଥିଲେ । ମାତ୍ର ଶେଷରେ ଏହି ଗୀତରେ ପରିବର୍ତ୍ତନ କରିଥିଲେ ।

ଶ୍ରୀଦେବୀ ଖୁବ ସେନସୁଅସ ନଜର ଆସିବା ଦରକାର , ଯାହା କେବେ ସେ କୌଣସି ଫିଲ୍ମରେ ନଜର ଆସିନଥିବେ ବୋଲି ସେ ଶେଖରଙ୍କୁ କହିଥିଲେ । କିନ୍ତୁ ଏହା ପୂର୍ବରୁ ଫିଲ୍ମ ଜାଁବାଜ ଗୀତ ହର କିସିକୋ ନେହି ମିଲତା ୟହାଁ ପ୍ୟାର’ରେ ଶ୍ରୀଦେବୀଙ୍କ ଏହିଭଳି ଲୁକ ନଜର ଆସିଥିଲା ।

ଏହାପରେ ବୋନି କହିଛନ୍ତି ଯେ, ତାଙ୍କ କଥା ଶୁଣି ଶେଖର ଶ୍ରୀଦେବୀଙ୍କ ପାଇଁ ନୀଳ ରଂଗର ଏକ ଶାଢୀ ମଗାଇଥିଲେ । ଏହାପରେ ଏକ ବଡ ପଙ୍ଖା ଆଣିଥିଲେ ରୁମକୁ ରୋମାଂଟିକ ବନାଇବା ପାଇଁ । ପଙ୍ଖା ପାଇଁ କେଶ ଉଡୁଥିଲା ଏବଂ ଶାଢୀ ମଧ୍ୟ ତରଙ୍ଗାଉଥିଲା । କିନ୍ତୁ ଫିଲ୍ମର ସମ୍ପୂର୍ଣ୍ଣ ଗୀତରେ କେଉଁଠି ବି ସ୍କିନ ଶୋ କରାଯାଇ ନଥିଲା । ତଥାପି ଏହି ଗୀତ ସେନଶୁଅସ ଗୀତ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More