Only for Entertainment

ରିଲିଜର ୮ ଦିନ ପୂର୍ବରୁ ସମସ୍ତଙ୍କ ସାମ୍ନାକୁ ଆସିଲା ‘ହିଚକୀ’, ସ୍କ୍ରିନ ପ୍ଲେରେ ଯୋଗ ଦେଲେ ବଲିଉଡର ବହୁ କଳାକାର

soutuk
0 49

ଚାରି ବର୍ଷ ପରେ ରାଣୀ ମୁଖାର୍ଜୀ ପୁଣି ଥରେ ଫିଲ୍ମ ‘ହିଚକୀ’ ଜରିଆରେ ବଲିଉଡକୁ କମବ୍ୟାକ କରିଛନ୍ତି । ରାଣୀଙ୍କ ଶେଷ ଥର ପାଇଁ ‘ମର୍ଦାନୀ’ରେ ନଜର ଆସିଥିଲେ । ନିକଟରେ ରାଣୀ ମୁଖାର୍ଜୀ ମୁମ୍ବାଇରେ ଫିଲ୍ମ ‘ହିଚକୀ’ର ପ୍ରିମିୟମ ରଖିଥିଲେ । ଏହି ପ୍ରମିୟମରେ ବଲିଉଡର ଅନେକ ପ୍ରସିଦ୍ଧ କଳାକାର ଯୋଗ ଦେଇଥିଲେ ।

hichki-film-premiere

‘ହିଚକୀ’ର ପ୍ରିମିୟମରେ ସୁଷ୍ମିତା ସେନ, ରେଖା, ମାଧୁରୀ, ଶିଳ୍ପା ଶେଟ୍ଟୀ, ଖୁସି କପୁର, ବୋନି କପୁର, ନୀଲ ନିତିନ ମୁକେଶ, ତୁଷାର କପୁର ଜିତେନ୍ଦ୍ର ଏବଂ କରଣ ଜୋହରଙ୍କ ପରି ଅନେକ ବଲିଉଡ ତାରକା ଯୋଗ ଦେଇଥିଲେ । କୌଣସି ଫିଲ୍ମର ସ୍କ୍ରିନ ପ୍ଲେ ୨ କି ୩ ଦିନ ପୂର୍ବରୁ ରଖାଯାଇଥାଏ କିନ୍ତୁ ଏହି ଫିଲ୍ମର ସ୍କ୍ରିନ ପ୍ଲେ ଗୋଟିଏ ସପ୍ତାହ ପୂର୍ବରୁ ରଖାଯାଇଥିଲା ।

hichki

ରାଣୀ ଫିଲ୍ମ ‘ହମ ତୁମ’ ଓ ‘ବ୍ଲାକ’ ପାଇଁ ଫିଲ୍ମ ଫେୟାର ଆୱାର୍ଡ ଜିତି ସାରିଛନ୍ତି । ୟଶରାଜ ବ୍ୟାନରେ ନିର୍ମିତ ‘ହିଚକୀ’ରେ ରାଣୀଙ୍କ ଏକ ସ୍କୁଲ ଟିଚର ଭୂମିକାରେ ଦେଖିବାକୁ ମିଳିବ । ଶରୀରିକ ଦୃର୍ବଳତା ଥିବା ବ୍ୟକ୍ତି କପରି ଦୃବଳତାକୁ ନିଜର ତାକତ କରି ସଫଳତାର ଶୀର୍ଷରେ ପହଁଚୁଛି ତାହାକୁ ଫିଲ୍ମରେ ଦର୍ଶାଯାଇଛି । ଏହି ଫିଲ୍ମ ୨୩ ମାର୍ଚ୍ଚକୁ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More