Only for Entertainment

ପୁଣି ଥରେ ବଡ ପରଦାକୁ ଫେରିବେ ଚାନ୍ଦନୀ ! ଜାଣନ୍ତୁ ଏହି ଚମତ୍କାର ପଛର କାହାଣୀ

indianexpress
0 92

ଶ୍ରୀଦେବୀଙ୍କ ନିଧନ ପରେ ତାଙ୍କ ପରିବାର ଭାଙ୍ଗି ପଡିଛି । ସେହି ଦୁଃଖରୁ ବାହାରିବା ତାଙ୍କ ପରିବାର ପାଇଁ ଯେମିତି ଖୁବ କଠିନ ହୋଇପଡିଛି । କିନ୍ତୁ ଏହାପରେ ମଧ୍ୟ ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର ଜାହ୍ନବୀଙ୍କ ୨୧ ତମ ଜନ୍ମଦିନକୁ ଠିକ ସେହି ପରି ପାଳନ କରିଛନ୍ତି ଯେପରି ଶ୍ରୀଦେବୀ ଚାହୁଁଥିଲେ । ତେବେ ଇତି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି । କଥାଟି ହେଉଛି ବୋନି କପୁର ଶ୍ରୀଦେବୀଙ୍କ ଜୀବନ ଉପରେ ଏକ ଡକ୍ୟୁମେଣ୍ଟ୍ରୀ ନିର୍ମାଣ କରିବା ପାଇଁ ଯାଉଛନ୍ତି ।

SRI8

ରିପୋର୍ଟ ଅନୁସାରେ ବୋନି ଏହି ବିଷୟରେ ବିଚାର କରୂୁଛନ୍ତି । ଖବର ଅନୁସାରେ ଏହି ଡକ୍ୟୁମେଣ୍ଟ୍ରୀରେ ଶ୍ରୀଦେବୀଙ୍କର ଅସଲି ସ୍ୱର ବ୍ୟବହାର କରାଯିବ । ଏହା ସହିତ ଶ୍ରୀଦେବୀଙ୍କର କିଛି ଭିଡିଓକୁ ମଧ୍ୟ ଏଥିରେ ସାମିଲ କରାଯିବ ।
ବୋନି କପୁର ନିଜର ଘନିଷ୍ଠ ବନ୍ଧୁ ଶେଖର କପୁରଙ୍କୁ ଏହାର ଦାୟିତ୍ୱ ଦେଇଛନ୍ତି । ତେବେ ଏହା ଦେଖିବାକୁ ବାକି ରହିଲା ଏହାର ନିର୍ମାଣ କେବେଠାରୁ ଆରମ୍ଭ ହେଉଛି । ନିକଟରେ ବୋନି କପୁର ଦୁଇ ଝିଅଙ୍କ ସହିତ ରାମେଶ୍ୱରମ ଠାରେ ଶ୍ରୀଦେବୀଙ୍କର ଅସ୍ଥି ବିସର୍ଜନ କରିବା ପାଇଁ ଯାଇଥିଲେ ।

ଉଲ୍ଲେଖେଯାଗ୍ୟ ଶ୍ରୀଦବୀଙ୍କର ନିଧନ ୨୪ ଫେବୃୟାରୀରେ ଦୁବାଇରେ ହୋଇଥିଲା । ଏହାପରେ ୨୮ ଫେବୃୟାରୀକୁ ମୁମ୍ବାଇରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବାଥ ଟବରେ ପଡି ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ କରିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More