Only for Entertainment

ଦୃତଗାମୀ ଟ୍ରେନରେ ଷ୍ଟଣ୍ଟ ଦେଖାଇଲେ ମୁମ୍ବାଇ ଯୁବକ ! ଭିଡିଓ ଭାଇରାଲ ।

you tube
0 28

ଜୀବନକୁ ବେଖାତିର କରି ନୂଆ ନୂଆ କାରନାମା ତଥା ଷ୍ଟଣ୍ଟ କରିବା କିଛି ନୂଆ କଥା ନୁହଁ କିନ୍ତୁ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ ଦେଖାଇବା କେତେ ଯେ ବିପଦପୂର୍ଣ୍ଣ ତାହା ଆପଣ ଅନୁମାନ କରିପାରୁଥିବେ। ଷ୍ଟଣ୍ଟ କରିବା ନିଶାରେ ଯୁବକ ମାନେ ଯେ କେଉଁ ଭଳି ଭାବେ ବିପଦପୂର୍ଣ୍ଣ ପନ୍ଥାକୁ ଆପଣାଉଛନ୍ତି ତାହା ଦେଖିଲେ ଆପଣ ମଧ୍ୟ ଅବାକ୍ ହୋଇଯିବେ । ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ୪ ଜଣ ଯୁବକ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିଛି ।

ଏହି ଭିଡିଓ ହେଉଛି ଦେଶର ସବୁଠାରୁ ବଡ ସହର ମାୟାନଗରୀ ମୁମ୍ବାଇରେ । ଟ୍ରେନରେ ଷ୍ଟଣ୍ଟ ଦେଖାଇଛନ୍ତି ୪ ଜଣ ଯୁବକ । ମୁମ୍ବାଇ ଭଳି ସହରରେ ଚଳନ୍ତା ଟ୍ରେନରେ ଷ୍ଟଣ୍ଟ କରି ଫସିଯାଇଛନ୍ତି ମୁମ୍ବାଇର ଏହି ୪ ଯୁବକ । ମହାନଗର ଭିଡ ଅଂଚଳର ଲୋକାଲ ଟ୍ରେନରେ ଏଭଳି ଷ୍ଟଣ୍ଟ କରିଥିବା ଯୁବକଙ୍କୁ ସ୍ଥାନୀୟ ପୋଲିସ ଉଠାଇନେଇ ପଚରାଉଚରା କରିଛି । ମୁମ୍ବାଇ ହାର୍ବର ଲାଇନର ଏହି ଭିଡିଓ ରବିବାରର ବୋଲି ଜଣାଯାଇଛି । ଯୁବକମାନେ ଟ୍ରେନରୁ ବାହାରି ଷ୍ଟଣ୍ଟ ଦେଖାଇବାବେଳେ ଏହି ଭିଡିଓ ନିଆଯାଇଛି କେବଳ ଷ୍ଟଣ୍ଟ ନୁହଁ ଏହି ଯୁବକଙ୍କୁ ଟ୍ରେନ ଉପରେ ବି ଚଢିବା ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More