Only for Entertainment

ଲିଙ୍ଗୀୟ ମତଭେଦ ଦୂର କରିବା ପାଇଁ ବ୍ରିଟେନର ଏକ ସ୍କୁଲର ଅଭିନବ ପ୍ରୟାସ, ଛାତ୍ରମାନଙ୍କୁ ସ୍କର୍ଟ ପିନ୍ଧିବା ପାଇଁ ମିଳିଲା ଅନୁମତି

Devon Live
0 36

ସ୍କୁଲ ଗୁଡିକରେ ଲିଙ୍ଗୀୟ ମତଭେଦ ଦୂର କରିବା ପାଇଁ ବ୍ରିଟେନରେ ଏକ ବଡ ନିଷ୍ପତି ନିଆଯାଇଛି । ବ୍ରିଟେନର ଏକ ନାମି ବୋର୍ଡିଂ ସ୍କୁଲରେ ବର୍ତ୍ତମାନ ଛାତ୍ରମାନଙ୍କୁ ମଧ୍ୟ ସ୍କର୍ଟ ପିନ୍ଧି ସ୍କୁଲ ଯିବା ପାଇଁ  ଅନୁମତି ମିଳିଛି । ରଟଲ୍ୟାଣ୍ଡର ‘ଓପିଙ୍ଗମ’ ସ୍କୁଲର ହେଡଟିଚର କହିଛନ୍ତି ଯେ ଯଦି କେହି ଛାତ୍ର ସ୍କର୍ଟ ପିନ୍ଧିବା ପାଇଁ ଇଚ୍ଛା ପ୍ରକାଶ କରେ ତେବେ ସେ ଏହାକୁ ପିନ୍ଧି ପାରିବେ ।

ବର୍ଷକୁ ୩୩ ଲକ୍ଷ  ଫିସ ନେଉଥିବା ଏହି ବୋର୍ଡିଂ ସ୍କୁଲରେ ୧୯୭୩ ମସିହାରେ ପ୍ରଥମ ଛାତ୍ରୀଙ୍କୁ  ଆଡମିଶନ ଦିଆଯାଇଥିଲା । ବର୍ତ୍ତମାନ ଏହି ସ୍କୁଲରେ ଉଭୟ ପୁଅ-ଝିଅ ପଢୁଛନ୍ତି । ଖବର ଅନୁସାରେ ଏହା ପୂର୍ବରୁ ମଧ୍ୟ ଲିଙ୍ଗୀୟ ମତଭେଦ ଦୂର କରିବା ପାଇଁ  ସ୍କୁଲରେ  ଛାତ୍ର-ଛାତ୍ରୀଙ୍କ ବଦଳରେ ପୁପିଲ ଶବ୍ଦର ବ୍ୟବହାର ଆରମ୍ଭ କରାଯାଇଥିଲା ।

ନିକଟରେ ଟିଭି ଆକ୍ଟର ଏବଂ ‘ଓପିଙ୍ଗମ’ ସ୍କୁଲରେ ୩ ବର୍ଷ ପଢିଥିବା କ୍ରିଶ୍ଚିୟନ ଜେସେନ କହିଛନ୍ତି ଯେ ପୂର୍ବରୁ ଯଦି  ସ୍କୁଲରେ  ସ୍କର୍ଟ ପିନ୍ଧିବାର ଅନୁମତି ମିଳିଥାନ୍ତା ତେବେ ସେ ନିଶ୍ଚିତ ଭାବେ ଏହାକୁ ପିନ୍ଧି ଯାଇଥାନ୍ତେ । ଏହା ସହିତ ଏହି ସ୍କୁଲରେ ହେଡଟିଚର କହିଛନ୍ତି ଯେ ‘ମୁଁ ଆଶା କରୁଛି ପୁପିଲ ମୋ ପାଖକୁ ଆସି କହିବେ ମୁଁ ସ୍କର୍ଟ ପିନ୍ଧିବା ପାଇଁ ଚାହୁଁଛି । ଏବଂ ଆମେ ଏହାକୁ ନିଶ୍ଚିତ ମଞ୍ଜୁରୀ ଦେବୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More