Only for Entertainment

ଫିଲ୍ମ ବ୍ରହ୍ମାସ୍ତ୍ରରୁ ସାମ୍ନାକୁ ଆସିଲା ଫଟୋ । ଆଲିୟାଙ୍କୁ ପ୍ରେମରେ ଦେଖୁଛନ୍ତି ରଣବୀର ।

bollywood tadka
22

ବଲିଉଡ ଅଭିନେତ୍ରୀ ଆଲିୟା ଭଟ୍ଟ ଏବଂ ରଣବୀର କପୁର ଖୁବଶୀଘ୍ର ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ । ନିକଟରେ ଫିଲ୍ମର ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ଫିଲ୍ମ ସେଟରୁ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ଆଲିୟା ଏବଂ ରଣବୀର ନଜର ଆସିଛନ୍ତି । ସବୁଠାରୁ ଖାସକଥା ହେଉଛି ଫଟୋରେ ଦେଖିବାକୁ ମିଳିଛି ରଣବୀର ଆଲିୟାଙ୍କ ଉପରୁ ନଜର ହଟାଇ ପାରୁନାହାଁନ୍ତି ଏବଂ ତାଙ୍କୁ ଗୋଟିଏ ଲୟରେ ଚାହିଁ ରହିଛନ୍ତି । ପଛରେ ଛିଡ଼ା ହୋଇ ସେ ଆଲିୟାଙ୍କୁ ଲୁଚୁ ଲୁଚି ଦେଖୁଛନ୍ତି । ଫଟୋ ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ବର୍ଷ ୨୦୧୮ର ଆରମ୍ଭ ଏବଂ କିଛି ଜିନିଷର ଆରମ୍ଭ ।

କହିରଖୁଛୁଯେ ଏହି ଫିଲ୍ମର ପ୍ରାୟ ସୁଟିଂ ବୁଲଗେରିୟାରେ ହୋଇଛି । ଏହି ଫିଲ୍ମରେ ଅମିତାଭ ବଚ୍ଚନ, ମୌନି ରୟ, ନାଗାର୍ଜୁନ ଏବଂ ଡିମ୍ପଲ କପାଡ଼ିୟା ମଧ୍ୟ ନଜର ଆସିବେ । ଏହି ଫିଲ୍ମର ତିନୋଟି ଭାଗ ହେବ, ଯାହାର ପ୍ରଥମ ଭାଗ ଏହିବର୍ଷ କ୍ରିସମସରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More