ର୍ୟାମ୍ପରେ ଚାଲୁଥିବା ସମୟରେ ୨୬ ବର୍ଷୀୟ ମଡେଲଙ୍କ ମୃତ୍ୟୁ
ସାଓ ପାଉଲୋ ଫ୍ୟାଶନ ୱିକର ଅନ୍ତିମ ଦିନରେ ଏପରି କିଛି ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଖବର ଅନୁସାରେ ଫ୍ୟାସନ ୱିକର ଅନ୍ତିମ ଦିନ ଅର୍ଥାତ ଶନିବାର ରାତି ର୍ୟାମ୍ପରେ ଚାଲୁଥିବା ସମୟରେ ଜଣେ ବ୍ରାଜିଲିଅନ ମଡେଲଙ୍କର ମୃତ୍ୟୁ ହୋଇ ଯାଇଛି । ମଡେଲ ଜଣଙ୍କ ର୍ୟାମ୍ପରେ ଚାଲୁଥିବା ସମୟରେ ହଠାତ ଚେତା ହରାଇ ପଡିଯାଇଥିଲେ ଏବଂ ସେହିଠାରେ ହିଁ ତାଙ୍କର ନିଧନ ହୋଇଯାଇଥିଲା ।
Model falls unconscious and dies at Fashion Week, Sao Paulo, Brazil
A Brazilian model died suddenly Saturday after fainting during the Ocksa brand fashion show that took place on the last day of Fashion Week. pic.twitter.com/WSaombtSas
— Moises Lopez (@chapoisat) April 28, 2019
ବ୍ରାଜିଲିଅନ ମଡେଲଙ୍କ ମୃତ୍ୟୁକୁ ନେଇ ସାଓ ପାଉଲୋ ଫ୍ୟାଶନ ୱିକର ଅରଗାନାଇଜର ବୟାନ ଦେଇ କହିଥିଲେ-‘ଏସପିଏଫଡବଲ୍ୟୁକୁ ମଡେଲ ଟେଲ୍ସ ସୋଏର୍ସଙ୍କ ମୃତ୍ୟୁର ଖବର ଏବେ ମିଳିଲା । ସେ ଫ୍ୟାଶନ ୱିକରେ ହଠାତ ଅସୁସ୍ଥ ହୋଇଯାଇଥିଲେ ।’ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ବିଷୟରେ ଖୁଲାସା କରାଯାଇ ନାହିଁ ।
ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ର୍ୟାମ୍ପରୁ ଯିବା ପାଇଁ ବୁଲିବା ସମୟରେ ଏହି ୨୬ ବର୍ଷିୟ ମଡେଲ ଚେତା ହରାଇ ପଡିଯାଇଥିଲେ । ସେହିଠାରେ ହିଁ ତାଙ୍କୁ ମେଡିକାଲ ଟ୍ରିଟମମେଣ୍ଟ ଯୋଗାଇ ଦିଆଯାଇଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଗଲା । ସେହିଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମଡେଲଙ୍କ ମୃତ୍ୟୁକୁ ନେଇ ସାଓ ପାଉଲୋ ଫ୍ୟାଶନ ୱିକ ସମ୍ବେଦନା ଯଣାଇଛନ୍ତି ।