Only for Entertainment

ବଦଳିବ ନାହିଁ ‘ମିଶନ ମଙ୍ଗଳ’ର ରିଲିଜ ଡେଟ, ପ୍ରଭାସଙ୍କ ‘ସାହୋ’କୁ ଟକ୍କର ଦେବେ ଅକ୍ଷୟ କୁମାର

mumbai press
34

ବଲିଉଡ ଖିଲାଡୀ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଳ’କୁ ନେଇ ଖବର ସାମ୍ନାକୁ ଆସିଥିଲା ଯେ, ମେକର୍ସ ଫିଲ୍ମର ରିଲିଜ ଡେଟ ବଦଳିବା ପାଇଁ ପ୍ଲାନିଂ କରୁଛନ୍ତି । ଅସଲରେ ୧୫ ଅଗଷ୍ଟରେ ଏକା ସହିତ ୩ଟି ବଡ ଫିଲ୍ମ ‘ସାହୋ’, ‘ମିଶନ ମଙ୍ଗଳ’ ଏବଂ ‘ବାଟଲା ହାଉସ’ ରିଲିଜ ହେବାକୁ ଯାଉଛି । ସେଥିପାଇଁ ମିଶନ ମଙ୍ଗଳର ମେକର୍ସ ଫିଲ୍ମକୁ ଗୋଟିଏ ସପ୍ତାହ ପୂର୍ବରୁ ରିଲିଜ କରିବା ପାଇଁ ଚିନ୍ତା କରୁଛନ୍ତି । ଏହା ଫଳରେ ମିଶନ ମଙ୍ଗଳକୁ କାହା ସହିତ ଟକ୍କର ଦେବାକୁ ପଡିବ ନାହିଁ ଏବଂ ଭଲ ଦର୍ଶକ ମଧ୍ୟ ଫିଲ୍ମକୁ ମିଳିବେ ।

କିନ୍ତୁ ଏବେ ଖବର ଶୁଣିବାକୁ ମିଳୁଛି ଯେ, ମିଶନ ମଙ୍ଗଳକୁ ମେକର୍ସ ପୂର୍ବ ନିର୍ଦ୍ଧାରିତ ଡେଟରେ ହିଁ ରିଲିଜ କରିବେ । ଫିଲ୍ମର ରିଲିଜ ଡେଟରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।

ଜଣାଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି । ଟ୍ୱିଟ କରି ସେ କହିଛନ୍ତି ଯେ, ଫିଲ୍ମର ରିଲିଜ ଡେଟରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ଫିଲ୍ମ ୧୫ ଅଗଷ୍ଟ ୨୦୧୯ରେ ହିଁ ରିଲିଜ ହେବ । ଫିଲ୍ମରେ ବିଦ୍ୟା ବାଲାନ, ସୋନାକ୍ଷୀ ସିହ୍ନା, ତାପସୀ ପନ୍ନୁ, ନିତ୍ୟା ମେନନ, କିର୍ତ୍ତି କୁଲ୍ହାରୀ ଏବଂ ଶରମନ ଯୋଶୀଙ୍କ ପରି କଳାକାର ନଜର ଆସିବେ ।

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ମଧ୍ୟ ୧୫ ଅଗଷ୍ଟରେ ରିଲିଜ ହେଉଥିବାରୁ ଟି-ସିରିଜ ବ୍ୟାନରରେ ନର୍ମିତ ଫିଲ୍ମ ‘ବାଟଲା ହାଉସ’ର ରିଲିଜ ଡେଟ ପରିବର୍ତ୍ତନ ହୋଇପାରେ ବୋଲି ଶୁଣିବାକୁ ମିଳୁଛି । କିନ୍ତୁ ଏହା ବିଷୟରେ ଏପର୍ଯ୍ୟନ୍ତ ଅଧିକାରୀକ ଭାବେ କୁହାଯାଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More