Only for Entertainment

ନବାଜୁଦ୍ଦିନ ସିଦ୍ଦିକିଙ୍କ ଫିଲ୍ମ ‘ବୋଲେ ଚୁଡିୟାଁ’ରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଏଣ୍ଟ୍ରି

Hindustan Times
34

ବଲିଉଡ ଅଭିନେତା ନବାଜୁଦ୍ଦିନ ସିଦ୍ଦିକିମଙ୍କ ଆଗାମୀ ଫିଲ୍ମ ‘ବୋଲେ ଚୁଡିୟାଁ’କୁ ନେଇ କିଛି ଦିନରୁ ଚର୍ଚ୍ଚା ଲାଗି ରହିଛି । ଏବେ ଫିଲ୍ମକୁ ନେଇ ଏ କ ବଡ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ଏଣ୍ଟ୍ରି ହୋଇଛି । ‘ଗ୍ୟାଙ୍ଗ୍ ଅଫ ୱାସେପୁର’ରୁ ନବାଜୁଦ୍ଦିନଙ୍କ କ୍ୟାରିଅର ଗଢିଥିବା ଅନୁରାଗ କଶ୍ୟପ ପୁଣିଥରେ ତାଙ୍କ ସହିତ ଏହି ଫିଲ୍ମ ପାଇଁ ହାତ ମିଳାଇଛନ୍ତି । କିନ୍ତୁ ଫିଲ୍ମରେ ଅନୁରାଗ କଶ୍ୟପ ନିର୍ଦ୍ଦେଶନା ଦେବେ କି ଅଭିନୟ କରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ନିକଟରେ ଅନୁରାଗ କଶ୍ୟପ ମିଡିଆ ସହିତ କଥା ହୋଇ କହିଥିଲେ, ଆଜ୍ଞା ହିଁ, ମୁଁ ନବାଜଙ୍କ ଫିଲ୍ମ ବୋଲେ ଚୁଡିୟାଁ କରୁଛି । କେବଳ ସେତିକି ମୋତେ ଜଣା ଅଛି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ବୋଲେ ଚୁଡିୟାଁ ରେ ନବାଜୁଦ୍ଦିନ ଜଣେ ପ୍ୟାସେନେଟ ଲଭର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ନବାବଜଙ୍କ ବିପକ୍ଷରେ ମୌନୀ ହରୟ ନଜର ଆସିଥାନ୍ତି ମାତ୍ର ତାଙ୍କର ଅନପ୍ରେଫେସନାଲ ବ୍ୟବହାର ପାଇଁ ତାଙ୍କୁ ଫିଲ୍ମରୁ ବାହାର କରି ଦିଆଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More