Only for Entertainment

‘କବିର ସିଂ’ ସୁପରହିଟ ହେବା ପରେ ସାହିଦ କପୁରଙ୍କ ହାତକୁ ଆସିଲା ୨ ବଡ ପ୍ରୋଜେକ୍ଟ, ଏହି ନିର୍ଦ୍ଦେଶକ କଲେ ଆପ୍ରୋଚ

google
24

ଫିଲ୍ମ ‘କବିର ସିଂ’ର ପ୍ରମୋସନ ବେଳେ ସାହିଦ କପୁର କହିଥିଲେ ଯେ ଏହି ଫିଲ୍ମ ପରେ ତାଙ୍କ ପାଖରେ ଆଉ କୌଣସି ଫିଲ୍ମ ନାହିଁ ସେ ଏବେ ଜବଲେସ । କିନ୍ତୁ ଆମେ ସମସ୍ତେ ଜାଣୁ ଇଣ୍ଡଷ୍ଟ୍ରୀରେ ଗୋଟିଏ ସୁପରହିଟ ଫିଲ୍ମ କୌଣସି ବି ଅଭିନେତାଙ୍କ ଭାଗ୍ୟ ବଦଳାଇ ଦେଇପାରେ ଏବଂ କବିର ସିଂ ସାହିଦଙ୍କ ଜୀବନରେ ସେହିଭଳି ଏକ ଫିଲ୍ମ । ଫିଲ୍ମ ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରୁଛି ।

ତାଜା ରିପୋର୍ଟ ଅନୁସାରେ ଫିଲ୍ମ ‘କବିର ସିଂ’ ସୁପରହିଟ ହେବା ପରେ ସାହିଦ କପୁର ନର୍ଦ୍ଦେଶକଙ୍କ ନଜରକୁ ଆସିଛନ୍ତି । ଅନେକ ନିର୍ଦ୍ଦେଶକ ତାଙ୍କ ଫିଲ୍ମରେ ସାହିଦଙ୍କୁ ସାଇନ କରିବା ପାଇଁ ଚାହୁଁଛନ୍ତି ।

ନିର୍ଦ୍ଦେଶକ କରଣ ଜୋହର ଏବଂ ରାମ ମାଧବନୀ ସାହିଦ କପୁରଙ୍କୁ ନିଜ ଫିଲ୍ମରେ ସାଇନ କରିବା ପାଇଁ ଆପ୍ରୋଚ କରିଛନ୍ତି । ରିପୋର୍ଟ ଅନୁସାରେ କରଣ ଜୋହରଙ୍କ ପ୍ରଡକ୍ସନ ହାଉସ ସାଉଥର ଏକ ଫିଲ୍ମର ରିମେକ୍ କରିବା ପାଇଁ ଚିନ୍ତା କରୁଛନ୍ତି ।

ଯେଉଁଥିପାଇଁ ସେ ସାହିଦ କପୁରଙ୍କୁ ସାଇନ କରିବା ପାଇଁ ଚାହୁଁଛନ୍ତ । ସେହିଭଳି ରାମ ମାଧବନୀ ‘ନୀରଜା’ ପରେ ଜବରଦସ୍ତ ସ୍କ୍ରିପ୍ଟ ସହିତ ପ୍ରସ୍ତୁତ ଅଛନ୍ତି । ଫିଲ୍ମରେ ସେ ସାହିଦଙ୍କୁ ନେବା ପାଇଁ ଆପ୍ରୋଚଲ କରିଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ସାହିଦଙ୍କ ତରଫରୁ କୌଣସି ସୀଚନା ମିଳିନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More