Only for Entertainment

ଇଣ୍ଟରନ୍ୟାସନାଲ ଷ୍ଟାର ମିଣ୍ଡି କଲିଙ୍ଗଙ୍କ ସହିତ ହାତ ମିଳାଇଲେ ପ୍ରିୟଙ୍କା ଚେପ୍ରା, ଖୁବ ଶୀଘ୍ର ଆରମ୍ଭ କରିବେ ନୂଆ ହଲିଉଡ ପ୍ରୋଜେକ୍ଟ

Twitter
22

ଇଣ୍ଟରନ୍ୟାସନାଲ ଷ୍ଟାର ପ୍ରିୟଙ୍କା ଚେପ୍ରାଙ୍କ ଫ୍ୟାନ୍ସ ଅନେକ ଦିନରୁ ଅପେକ୍ଷା କରି ରହିଥିଲେ ପ୍ରିୟଙ୍କା କେବେ ନିଜର ଆଗାମୀ ହଲିଉଡ ପ୍ରୋଜେକ୍ଟ ବିଷୟରେ ଖୁଲାସା କରିବେ । ତେବେ ପ୍ରିୟଙ୍କାଙ୍କ ଫ୍ୟାନ୍ସଙ୍କ ଏହି ଅପେକ୍ଷା ଏବେ ଶେଷ ହୋଇଛି । ପ୍ରିୟଙ୍କା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି କହିଛନ୍ତି ସେ ହଲିଉଡ ଷ୍ଟାର ମିଣ୍ଡି କଲିଙ୍ଗଙ୍କ ସହିତ ଏ କ ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ହଲିଉଡ ଫିଲ୍ମର କାହଣୀ ଭାରତୀୟ ବିବାହ ପୃଷ୍ଠଭୂମିରେ ଆଧାରିତ ହେବ । ଫିଲ୍ମରେ ଭାରତୀୟ କଲଚର ମଧ୍ୟ ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ଭାରତ ଏବଂ ଆମେରିକାର ବିଭିନ୍ନ ସ୍ଥାନରେ ହେବ ।

 

ଖବର ଅନୁସାରେ ୟୁନିଭର୍ସଲଙ୍କ ପାଖରେ ଏକ କମେଡି ଫିଲ୍ମର ରାଇଟ୍ସ ରହିଛି । ମିଣ୍ଡି କଲିଙ୍ଗ ଏହାକୁ ଡେନ ଗୋରଙ୍କ ସହିତ ମିଶି ଲେଖୁଛନ୍ତି । ଏହା ମଧ୍ୟ କୁହାଯାଉଛି ଯେ, ମିଣ୍ଡି ଖୋଦ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇପାରନ୍ତି ।

 

 

View this post on Instagram

 

#PROUD @mindykaling @DanGoor

A post shared by Priyanka Chopra Jonas (@priyankachopra) on

ପ୍ରିୟଙ୍କା ମିଣ୍ଡିଙ୍କ ସହିତ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଦୁଇ ମହିଳା ପ୍ୟାଶନ ସହିତ ଭଲ କାହାଣୀ କହିବାକୁ ଆସୁଛନ୍ତି । ମୋତେ ଖୁସି ଲାଗୁଛି ଯେ ମୁଁ ଏହି ପାର୍ଟନରସିପର ଘୋଷଣା କରୁଛି । ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ ମର୍ଡନ , ଗ୍ଲୋବାଲ ଏବଂ ଇଣ୍ଡିଆନ ହେବାର ଅସଲ ଅର୍ଥ କ’ଣ । ଖୁବ ଶୀଘ୍ର ଦେଖା ହେବ ଫିଲ୍ମରେ ।

ପ୍ରିୟଙ୍କାଙ୍କ ବଲିଉଡ ପ୍ରୋଜେକ୍ଟ ବିଷୟରେ କହିବାକୁ ଗଲେ ସେ କୁବ ଶୀଘ୍ର ସ୍କାଏ ଇଜ ପିଙ୍କରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More