Only for Entertainment

‘ଇଂଶାଲ୍ଲାହ’ ପରେ ସୋହେଲ ଖାନଙ୍କ ୩୦୦ କୋଟି ଫିଲ୍ମ ‘ଶେରଖାନ’ର ସୁଟିଂ ଆରମ୍ଭ କରିବେ ଭାଇଜାନ

Firstpost Hindi
30

ସୋହେଲ ଖାନ ଅନେକ ଦିନରୁ ଘୋଷଣା କରିଥିଲେ ସେ ସଲମାନ ଖାନଙ୍କ ସହିତ ନିଜର ଆଗାମୀ ଫିଲ୍ମ ‘ଶେରଖାନ’ର ସୁଟିଂ କରିବେ । କିନ୍ତୁ ଏ ହି ଫିଲ୍ମର କାମ ଏପର୍ଯ୍ୟନ୍ତ ଆରମ୍ଭ ହୋଇ ପାରି ନାହିଁ । ଏବେ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ସୋହେଲ ଖାନଙ୍କ ଏହି ଫିଲ୍ମ ଏବେ ଥଣ୍ଡାବସ୍ତାରୁ ବାହରକୁ ଆସିଛି ଏବଂ ଖୁବ ଶୀଘ୍ର ସଲମାନ ଖାନ ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ ।

salman

ତାଜା ରିପୋର୍ଟ ଅନୁସାରେ, ସଲମାନ ଖାନ ଆଲିଆ ଭଟ୍ଟଙ୍କ ସହିତ ‘ଇଂଶାଲ୍ଲାହ’ର ସୁଟିଂ ପୂରା କରିବା ପରେ ‘ଶେରଖାନ’ର ସୁଟିଂ ଆରମ୍ଭ କରିବେ । ପୂର୍ବରୁ ଫିଲ୍ମର ସ୍କ୍ରିପ୍ଟ ଏତେ ଭଲ ନଥିଲା କିନ୍ତୁ ଲାଗୁଛି ଖାନ ବ୍ରଦର୍ସଙ୍କୁ ଯେଉଁଭଳି ସ୍କ୍ରିପ୍ଟ ଦରକାର ସେହିଭଳି ସ୍କ୍ରିପ୍ଟ ଏବେ ପ୍ରସ୍ତୁତ ହୋଇସାରିଛି । ରିପୋର୍ଟ ଅନୁସାରେ ଫିଲ୍ମର ସ୍କ୍ରିପ୍ଟିଂ କାମ ଏପର୍ଯ୍ୟନ୍ତ ଚାଲିଛି । ୨୦୨୦ରେ ଫିଲ୍ମ ‘ଶେରଖାନ’ ଫ୍ଲୋରକୁ ଆସିପାରେ । ଏହି ଫିଲ୍ମର ବଜେଟ ପାଖାପାଖି ୩୦୦ କୋଟି ରହିଛି ବୋଲି ଶୁଣିବାକୁ ମିଳୁଛି ।

ସଲମାନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ନିକଟରେ ତାଙ୍କ ଫିଲ୍ମ ‘ଭାରତ’ ରିଲିଜ ହୋଇଛି । ଫିଲ୍ମ ବକ୍ସ ଅଫିସରେ ମଧ୍ୟ ଖୁବ ଧମାଲ କରୁଛି । ଆଗାମୀ ପ୍ରୋଜେକ୍ଟ ବି ଷୟରେ କହିବାକୁ ଗଲେ ସେ ଖୁବ ଶୀଘ୍ର ‘ଦବଙ୍ଗ ୩’, ‘ଇଂଶାଲ୍ଲାହ’, ‘କିକ ୨’ ପରି ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More