ହାତରେ ଚୁଡି ଏବଂ ଗହଣାରେ ଭରା ସୋନମଙ୍କ ବିବାହର ପ୍ରଥମ ଲୁକ ଆସିଲା ସାମ୍ନାକୁ ।
ସୋନମ କପୁର ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ପ୍ରଶଂସକମାନେ ସୋନମଙ୍କର ବୋହୂ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ ।
ବିବାହର ପ୍ରଥମ ଫଟୋରେ ସୋନମ ନାଲି ରଂଗର ପୋଷାକରେ ନଜର ଆସିଛନ୍ତି । ହାତରେ ଚୁଡି ଏବଂ ଗହଣାରେ ଭରା ସୋନମ ଖୁବ ସୁନ୍ଦର ଦିଶୁଛନ୍ତି ।
ସୋନମଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି । ବିବାହ ସକାଳ ୧୧ରୁ ୧୨.୩୦ପର୍ଯ୍ୟନ୍ତ ହେବ । ଭେନ୍ୟୁରେ ସୁପରଷ୍ଟାର ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଶ୍ୱେତା ବଚ୍ଚନ, ସ୍ୱରା ଭାସ୍କର ଏବଂ କରଣ ଜୋହର ପହଂଚିଛନ୍ତି ।
ସେହିଭଳି ବିବାହରେ ବର ସାଜିଥିବା ଆନନ୍ଦ ଆହୁଜାଙ୍କର ମଧ୍ୟ ପ୍ରଥମ ଲୁକ ନଜର ଆସିଛନ୍ତି ।